/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725171911.jpg)
Puri Sri Mandir Administration Office
ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କ୍ଷେତ୍ର ସହ ରାଜସ୍ୱ କ୍ଷେତ୍ରରେ ଅବସର ନେଇଥିବା ୩୨ଜଣ କର୍ମଚାରୀଙ୍କୁ ବିଦା କରିଦିଆଯାଇଛି । ଗତ ୧୦ବର୍ଷ ଭିତରେ ଅନେକ ଅଧିକାରୀଙ୍କୁ ଅବସର ପରେ OSD ଭାବେ ନିଯୁକ୍ତି ଦିଆଯାଇଥିଲା। ଏପରିକି ଅନେକ କାର୍ଯ୍ୟରେ ମୁଖ୍ୟ ଭୂମିକା ନେଉଥିଲେ ଏବଂ ନିଷ୍ପତ୍ତି ନେଉଥିଲେ।
ଏବେ ବି ନୀତିକାନ୍ତି କ୍ଷେତ୍ରରେ ମଧ୍ୟ ଅବସର ନେଇଥିବା କର୍ମଚାରୀ କାମ କରୁଛନ୍ତି । ସେମାନଙ୍କୁ ଅବସର ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ୩୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ମୁତୟନ ହେଲେ ସେନା କର୍ମଚାରୀ । ମୋଟ ୨୦ ଜଣଙ୍କୁ ମିଳିଛି ନିଯୁକ୍ତି । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ଏହି ପଦକ୍ଷେପ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)