Advertisment

Car Crash: ଏକାଠି ଜଳିଲା ୩ ସଂପର୍କୀୟ ଭାଇଙ୍କ ୩ ଚିତା, ବାପା-ମାଙ୍କ ଥିଲେ ଗୋଟିଏ ଲେଖାଏଁ ପୁତ୍ର ସନ୍ତାନ

ଶୋକାକୂଳ ପରିବେଶରେ ଆଜି ଗୋଟିଏ ସ୍ଥାନରେ ଜଳିଛି ୩ ଜଣଙ୍କ ଜୁଇ। ସାରା ଘଟଣାକୁ ଦେଖିଲେ ଲାଗୁଛି, ସତେଯେମିତି ହାତ ଧରାଧରି ହୋଇ ଚାଲିଗଲେ ୩ ଭାଇ। ପାଦ ତଳୁ ଧସିଯାଇଛି ମାଟି ।

Car Crash

Car Crash

Advertisment

କହନ୍ତି, ଯେବେ କାଳ ଆସେ, ସୁଧ ମୂଳ ସହ ଅସୁଲ କରେ। ନା କେହି କେବେ ଆକଳନ କରିଥାଏ, ନା ତା’ର ମୁକାବିଲା କରିପାରେ। ନବରଙ୍ଗପୁର ଝରିଗାଁର ଏକ ମାରୱାଡ଼ି ପରିବାରରେ ସେଭଳି ଅକାଳ ଚଡ଼କ ପଡ଼ିଛି। ୧୯ରୁ ୨୨ ବର୍ଷର ୩ ଯୁବକଙ୍କ କାର୍ ଦୁର୍ଘଟଣାରେ ଯେଭଳି ମୃତ୍ୟୁ ଘଟିଛି, ଯିଏ ଶୁଣୁଛନ୍ତି ମୁଣ୍ଡରେ ହାତ ଦେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବାପା ମାଆଙ୍କୁ ହରାଇବା ପରେ ଭଗବାନଙ୍କୁ ପୁଅର ପ୍ରଶ୍ନ; କ’ଣ ଭୁଲ୍ ଥିଲା ଆମର ?

ଶୋକାକୂଳ ପରିବେଶରେ ଆଜି ଗୋଟିଏ ସ୍ଥାନରେ ଜଳିଛି ୩ ଜଣଙ୍କ ଜୁଇ। ସାରା ଘଟଣାକୁ ଦେଖିଲେ ଲାଗୁଛି, ସତେଯେମିତି ହାତ ଧରାଧରି ହୋଇ ଚାଲିଗଲେ ୩ ଭାଇ। ପାଦ ତଳୁ ଧସିଯାଇଛି ମାଟି । 

Advertisment

ଆଜି ୩ ସଂପର୍କୀୟ ଭାଇଙ୍କ ହୋଇଛି ଅନ୍ତିମ ସତ୍କାର ହୋଇଛି । ଗୋଟିଏ ସ୍ଥାନରେ ଜଳିଛି ୩ଟି ଜୁଇ । ଆଜି ଗାଁ କାନ୍ଦୁଛି, ଦାଣ୍ଡ ଝୁରୁଛି, ସ୍ତବ୍ଧ ହୋଇଯାଇଛି ସାରା ପରିବାର। ମନମୋହନ ଜୈନଙ୍କ ୨୧ ବର୍ଷିୟ ପୁଅ କ୍ରିସ୍, ଚମ୍ପକ ଲାଲ୍ ଜୈନଙ୍କ ୨୦ ବର୍ଷିୟ ପୁଅ ସାଗର, ସ୍ୱର୍ଗତ ମହାବୀର ଜୈନଙ୍କ ୨୧ ବର୍ଷିୟ ପୁଅ ଅଙ୍କୁର। ଏମାନେ ଥିଲେ ବାପା-ମାଙ୍କ ଜଣେ ଜଣେ ଅଲିଅଳ ପୁତ୍ର ସନ୍ତାନ।

ସେଦିନ ଥିଲା ଗୁରୁବାର ରାତି, ପ୍ରାୟ ସାଢ଼େ ୯ଟା । OD 02 AE 8073 ନମ୍ବର ବିଶିଷ୍ଟ କାରରେ ଦ୍ରୁତଗତିରେ ଯାଉଥିଲେ ଫୁପଗାଁ ରାସ୍ତାରେ। କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଡାଇନିଗୁଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇଥିଲା କାରଟି। ଆଉ ସେହି କାର୍ ପିଟି ହୋଇଗଲା ରାସ୍ତାକଡ଼ ଗଛରେ।

Advertisment

ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା କାର। ଆଉ କାର୍ ଭିତରୁ ସାଗର ଏବଂ ଅଙ୍କୁରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଅତି ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତରବେଳେ ରାସ୍ତାରେ ପ୍ରାଣ ହରାଇଥିଲେ କ୍ରିସ୍।

ତେବେ କାହିଁକି ଘଟିଗଲା ଏତେବଡ଼ ଦୁର୍ଘଟଣା ? ୨୦ରୁ ୨୧ ବର୍ଷର ୩ ଯୁବକଙ୍କ ପାଇଁ କାଳ ସାଜିଲା କି ଦ୍ରୁତଗତି ଏବଂ ବେପରୁଆ ଡ୍ରାଇଭିଂ ? ଏବେ ଏଭଳି ନାନା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

Odisha Nabarangpur Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ