/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757060154.jpg)
3 Schoolgirls Injured as Ceiling Plaster Falls in Bhadrak Primary School
ହସ ଖୁସିରେ ସମସ୍ତେ ଗୁରୁ ଦିବସ ଉତ୍ସବକୁ ଅତି ଉତ୍ସାହର ସହ ଆଜି ପାଳନ କରୁଛନ୍ତି । ଏହି ଖୁସିର ମୁହୁର୍ତ୍ତରେ କିନ୍ତୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରୁ ଏକ ଅଘଟଣର ଖବର ଆସିଛି ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତା ବଢ଼ାଇଛି । ଗୁରୁ ଦିବସରେ ବିଦ୍ୟାଳୟକୁ ଆସିଥିବା ବେଳେ ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଇବା ସମୟରେ ଛାତରୁ ଅତଡ଼ା ଖସି ପଡ଼ିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି ।
ଖବର ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୋହୁମାଘେରୀରେ ଏହି ଅଘଟଣ ଘଟିଛି । ଅଘଟଣ ଯୋଗୁଁ ୩ ଶିଶୁ ବାଟିକା ଛାତ୍ରୀ ଆହାତ ହୋଇଛନ୍ତି । ଛାତ୍ରୀଙ୍କ ମୁଣ୍ତରେ ଆଘାତ ଲାଗିଛି । ସମସ୍ତ ଆହତ ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକମାନେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।
ଗୁରୁ ଦିବସରେ ବିଦ୍ୟାଳୟ ପରିସରରେ ଏମିତି ଏକ ଅଭାବନୀୟ ଘଟଣ ଘଟିଥିବାରୁ ଘଟଣାସ୍ଥଳରେ ଅଭିଭାବକ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଗୄହଥିଲା ବୋଲି ସ୍କୁଲ କତ୍ତୃପକ୍ଷ କହୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଦେଉଥିଲେ ମଧ୍ୟ ପ୍ରଶାସନ ନିରବ ରହୁଥିବାରୁ ଏହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)