Advertisment

ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିବାରୁ ୩ ଜଣଙ୍କର ଦରମା ବନ୍ଦ !

ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ । ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ରର ଆଇଡି ବ୍ଲକ ।

author-image
Satyendu Shekher Mishra
Subhadra Scheme

Subhadra Scheme

ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ। ସୁଭଦ୍ରା ଯୋଜନାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଚିଠି କରିଛନ୍ତି । ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳଙ୍କୁ କରାଯାଇଥିବା ଚିଠିରେ ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଚିଠିରେ ଉଲ୍ଲେଖ ରହିଛି ଯେ, କିଛି ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଫର୍ମ ପୂରଣ ପାଇଁ ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି। ଏହାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଅ । ଅଙ୍ଗନବାଡ଼ି କର୍ମୀ କିମ୍ବା ICDS ଷ୍ଟାଫ୍ ଏଥିରେ ସଂପୃକ୍ତ ଥିଲେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୁଯାଇଛି ।

ସେପଟେ 'ସୁଭଦ୍ରା' ଯୋଜନା ଫର୍ମ ନ ଦେବା ଓ ଟଙ୍କା ମାଗିବା ଅଭିଯୋଗରେ ଆରମ୍ଭ ହୋଇଯାଇଛି କାର୍ଯ୍ୟାନୁଷ୍ଠାନ। ୩ ଜଣଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିତାଧିକାରୀଙ୍କୁ ଫର୍ମ ନ ଦେବା ଅଭିଯୋଗରେ ଡେରାବିଶ ସରଦେଈପୁର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

Advertisment

ଅନ୍ୟପଟେ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ସେପଟେ ନକଲି ଓେୱେ୍ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ିଓ କନଫରେନ୍ସ ଜରିଆରେ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି।

ଲୋକସେବା ଭବନ ଆୟୋଜିତ ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଯୋଜନା ସଂମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରମୁଖ ଶାସନ ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନର ଉପସ୍ଥିତ ଥିଲେ।

Advertisment
Advertisment