Advertisment

Migrant Labourers: ଓଡ଼ିଶା ମଥାରୁ କେବେ ଲିଭିବ ଦାଦନ କଳଙ୍କ ? ତେଜିଲା ରାଜନୀତି, ପୂର୍ବ ସରକାରକୁ ବିଜେପିର ଟାର୍ଗେଟ୍

ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି ।

author-image
Swadesi Megha Mallhar Prusty
undefined

Migrant Labourers

ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି । କେତେ ମା ପୁଅ ହରେଇଲେଣି, ଆଉ କେତେ ପିଲା ବାପା ଛେଉଣ୍ଡ ହେଲେଣି । ବିଧାନସଭା ତଥ୍ୟ କହୁଛି ୧୦ ବର୍ଷରେ ଦାଦନ ଯାଇ ୪୦୯ ଜଣ ଓ ଗଲା ୩ ବର୍ଷରେ ୨୩୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଏମିତି ଚିତ୍ର ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ପୁରୁଣା ସରକାର ଉପରେ ବିଜେପି ଦୋଷ ଲଦିଥିବା ବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ ।

Advertisment

ଦାଦନ.. ଓଡ଼ିଶାରୁ କେବେ ଲିଭିବ ଏହି ଶବ୍ଦ? କେବେ ସରିବ ଦାଦନ ଦୁଃଖ? ଆଉ କେତେ ମା ଦାଦନ ପାଇଁ ପୁଅକୁ ହରାଇବେ? ଆଉ କେତେ ସ୍ତ୍ରୀ ଦାଦନ ଯୋଗୁ ସିନ୍ଦୂର ପୋଛିବେ?.. କାନ୍ଦ ବୋବାଳିରେ ଫାଟି ପଡୁଥିବା ଗାଁ ହେଉଛି, ବଲାଙ୍ଗୀର ସଇଁତଳାର ଗଣପତ୍ରାପାଲି । ତାମିଲନାଡୁକୁ ଦାଦନ ଯାଇ, ଶବ ହୋଇ ଫେରିଛନ୍ତି ଏହି ଗାଁର ଯୁବକ କଳାକାର ରଣା । ତାମିଲନାଡୁର ତ୍ରିପୁରଠାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଏକ କାନ୍ଥ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଆମ୍ବୁଲାନନ୍ସରେ ମୃତଦେହ ସହ ମାତ୍ର ୨୦ ହଜାର ଟଙ୍କା ଦେଇ ପଠାଇଦେଇଛି ଠିକାଦାର । ଏବେ କଳାକାରଙ୍କ ପତ୍ନୀ ଓ ଦୁଇ ଛୁଆ ବେସାହାରା । ପାଟଣାଗଡ଼ ସୋଲବନ୍ଧ ଗାଁର ଗଣେଶ ଶବର । ଗତ ମାସ ୨୩ ତାରିଖରେ ପଣ୍ଡାମୁଣ୍ଡା ଗାଁର ଦୁଇ ସର୍ଦ୍ଦାରଙ୍କ ସହ ଆନ୍ଧ୍ର ପ୍ରଦେଶ ଯାଇଥିଲେ । ଆଉ ୨୫ ତାରିଖ ଦିନ ପହଞ୍ଚିଥିଲା ଗଣେଶଙ୍କ ମୃତ୍ୟୁର ପରୱାନା ।

Advertisment

ଅଧିକ ପଢନ୍ତୁ:BJDକୁ ଚିନ୍ତା ଅଧୁରା ପାନୀୟ ଜଳ ପ୍ରକଳ୍ପ: କହିଲେ-'ପ୍ରକଳ୍ପ ନ ସରିବାରୁ ହାରିଲେ ବିଧାୟକ'

ଗାଁର କିଛି ସଂପର୍କୀୟ ଯାଇ ସେଠାରେ ଶବ ସତ୍କାର କଲେ । କିନ୍ତୁ ଏଠି ଗାଁରେ ପୁଅ ଫେରିବା ବାଟକୁ ଚାହିଁ ବସିଛି ମା । ମୃତ୍ୟୁ ବେଳର ଫଟୋ କହୁଛି ଶରୀରରେ କ୍ଷତ ରହିଛି । କିନ୍ତୁ କେମିତି ମଲେ, କିଏ ମାରିଲା ତାହା ବି ସନ୍ଦେହ ଘେରରେ । ଆଉ ଗଞ୍ଜାମ ଖଲ୍ଲିକୋଟ କଇରାଶି ଗାଁର ମୃତ ଦାଦନ ଶ୍ରମିକ ରାଜେନ୍ଦ୍ର ଦାସଙ୍କ କଥା ତ ହୃଦୟ ବିଦାରକ । କାହିଁକି ନା ଶବ ସତ୍କାରର ଶେଷ ଅଧିକାର ବି ପାଇ ପାରିଲେନି ପରିବାର ଲୋକ । ସୁରଟରେ ସୂତା କାମ କରୁଥିବା ରାଜେନ୍ଦ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ନେଇ ଖବର ଆସିଲା ।

ହେଲେ ଅର୍ଥ ଅଭାବରୁ ପରିବାର ଲୋକ ସେଠାରୁ ମୃତଦେହ ଆଣିପାରିଲେନି । ଭିଡିଓ କଲ୍ ଜରିଆରେ ଶବ ସତ୍କାର କରିଥିଲା ସୁରଟ ପୋଲିସ । ଏମିତି ଜଣେ କି ଦୁଇ ଜଣ ନୁହଁ, ବିଧାନସଭାରୁ ଆସିଥିବା ତଥ୍ୟ ଆଖି ତରାଟି ଦେଲା ଭଳି । ବିଗତ ୩ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ୨୩୩ ଜଣ ।

ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ମୃତଦେହ ରାଜ୍ୟକୁ ଅଣା ଯାଇପାରିନାହିଁ । ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ରଖିଛନ୍ତି ଏହି ତଥ୍ୟ । ଗତ ୧୦ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୯ ଜଣ, କଳାହାଣ୍ଡିରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲା ରୁ ୩୫ ଜଣ ପ୍ରାଣ ହରାଇଛନ୍ତି ।

ଏମିତି କି ସରକାରୀ ଭାବେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ଜରିଆରେ ଚଳିତ ବର୍ଷ ୬୦ ହଜାର ୬୮୩ ଶ୍ରମିକ କାମ ପାଇଁ ବାହାର ରାଜ୍ୟକୁ ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏମିତି ସ୍ଥିତିକୁ ନେଇ ଶାସକ ଏବଂ ବିରୋଧୀ ଭିତରେ ଆରମ୍ଭ ହୋଇଛି ଦୋଷ ଲଦାଲଦି । ଦୀର୍ଘ ଦିନ ଧରି ରାଜ୍ୟର ଏହି ଜଟିଳ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ମୋହନ ସରକାର । ନିକଟରେ ଦାଦନ ସମସ୍ୟାର ସମାଧାନ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେ ଦୂର ସମାଧାନ ହେଉଛି ତା ଉପରେ ନଜର ।

ଅଧିକ ପଢନ୍ତୁ:BJDକୁ ଚିନ୍ତା ଅଧୁରା ପାନୀୟ ଜଳ ପ୍ରକଳ୍ପ: କହିଲେ-'ପ୍ରକଳ୍ପ ନ ସରିବାରୁ ହାରିଲେ ବିଧାୟକ'

Odisha Migrant Labourers
Advertisment
Advertisment