Advertisment

Free Fire Game Tragedy: ଜୀବନ ନେଇଗଲା ଫ୍ରି ଫାୟାର୍‌ ଗେମ୍‌

ସାମାନ୍ୟ ମୋବାଇଲ୍ ନେଇଯାଇଛି ତା’ର ପ୍ରାଣ । ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ମା’ ବାରଣ କରିବାରୁ ବେକରେ ରଶି ଲଗାଇ ଝୁଲି ପଡିଛି ୨୦ ବର୍ଷୀୟ ଭେଣ୍ଡିଆ ପୁଅ ।

ଅଦ୍ୟତନ ହୋଇଛି
ଜୀବନ ନେଇଗଲା ଫ୍ରି ଫାୟାର୍‌ ଗେମ୍‌

ଜୀବନ ନେଇଗଲା ଫ୍ରି ଫାୟାର୍‌ ଗେମ୍‌

Advertisment

ଜୀବନ ନେଇଗଲା ଫ୍ରି ଫାୟାର୍‌ ଗେମ୍‌ । ମୋବାଇଲ ନ ଦେବାରୁ ଝୁଲି ପଡିଲା ଭେଣ୍ଡିଆ ପୁଅ । ମା’ ଆଖିରୁ ଶୁଖୁନି ଲୁହ । ପୁଅ ପୁଅ କହି ବାହୁନି କାନ୍ଦୁଛି ମାଆ । ହେଲେ ପୁଅ କ’ଣ ଆଉ ଫେରିବ । ସବୁ ଦିନ ପାଇଁ କୋଳ ଖାଲି କରି ଆରପାରିକୁ ଚାଲିଯାଇଛି ପୁଅ । ସାମାନ୍ୟ ମୋବାଇଲ୍ ପାଇଁ ନେଇଯାଇଛି ତା’ର ପ୍ରାଣ । ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ମା’ ବାରଣ କରିବାରୁ ବେକରେ ରଶି ଲଗାଇ ଝୁଲି ପଡିଛି ୨୦ ବର୍ଷୀୟ ଭେଣ୍ଡିଆ ପୁଅ ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ; କେମିତି କରିବେ ଜାଣନ୍ତୁ...

ବାଲେଶ୍ବର ଭୋଗରାଇ କୀର୍ତିନିଆ ଗାଁର ପୂର୍ଣ୍ଣଚନ୍ଦ୍ର ମିର୍ଦ୍ଧାଙ୍କ ପୁଅ ଆନନ୍ଦ । ପ୍ରାୟ ବର୍ଷେ ହେଲା ସେ ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳୁଥିଲା । ଗୁରୁବାର ବି ଘରେ ବସି ପ୍ରାୟ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳୁଥିଲା । ଏହା ଦେଖି ମା’ ଗାଳିଦେବା ସହ ମୋବାଇଲ ଛଡ଼ାଇ ନେଇଯାଇଥିଲେ । ବାସ୍‌ ଏତିକିରେ ରାଗି ଯାଇଥିଲା ଆନନ୍ଦ । ଘର ଛାଡି କୁଆଡେ ପଳେଇ ଯାଇଥିଲା । ସକାଳ ଯାଇ ସଞ୍ଜ ନଇଁଲା ହେଲେ ଫେରିଲାନି ପୁଅ ।

ରାତି ଅନ୍ଧାକାର ଘୋଟି ଆସିବା ପରେ ଘରେ ହୁରି ପଡିଲା, କୁଆଡେ ଗଲା ପୁଅ ? ବାପା, ମା, ସାନ ଭାଇ ଓ ପଡୋଶୀ ମିଶି ଖୋଜା ଖୋଜି ଆରମ୍ଭ କଲେ । ପରେ ଘର ଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତେଦହ ମିଳିଥିଲା। ପୁଅର ମୃତଦେହକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ମୋବାଇଲ ନଦେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଲକ୍ଷ୍ମୀପାଟଣା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଆନନ୍ଦଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୂରା ଘଟଣାର ତଦନ୍ତ ଜାରି ରଖିଛି ।

Advertisment

Balasore Free Fire Game
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ