Advertisment

ଗଛ କୋରଡ଼ରେ ଫସିଥିଲେ; ୨୦ ଘଣ୍ଟା ପରେ ନଈ ବଢ଼ିରୁ ହେଲେ ଉଦ୍ଧାର...

ବନ୍ୟା ପ୍ରଳୟ ଭିତରେ ୨୦ ଘଣ୍ଟା ଧରି ଗଛ କୋରଡ ଆଶ୍ରୟ ନେବା ପରେ ଉଦ୍ଧାର। ଭରା ନଦୀରୁ ପାଣି ସାମାନ୍ୟ କମିବା ପରେ ଉଦ୍ଧାର କଲା ଓଡ୍ରାଫ୍ ବାହିନୀ।

ଅଦ୍ୟତନ ହୋଇଛି
Elderly Man Rescued From Flooded River

Shelter in a Tree

Advertisment

କଥାରେ ଅଛି ରଖେ ହରି ତ ମାରେ କିଏ । ସେମିତି ଏକ ଘଟଣା । ବନ୍ୟା ପ୍ରଳୟ ଭିତରେ ୨୦ ଘଣ୍ଟା ଧରି ଗଛ କୋରଡରେ ଆଶ୍ରୟ ନେବା ପରେ ହେଲେ ଉଦ୍ଧାର। ଭରା ନଦୀରୁ ପାଣି ସାମାନ୍ୟ କମିବା ପରେ ଉଦ୍ଧାର କଲା ଓଡ୍ରାଫ୍ ବାହିନୀ। ମାଲକାନଗିରି ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁରୁବାନପଲ୍ଲୀ ଗାଁର ଇର୍ମା ମାଡକାମୀଙ୍କୁ ପୋଟେରୁ ନଦୀ ଭିତରୁ ଉଦ୍ଧାର କରାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ମହାନଦୀ ମୁହାଣରେ ଫସିଥିବା ୭ ମତ୍ସ୍ୟଜୀବୀ ଉଦ୍ଧାର

ଅଗ୍ନିଶମ, ଓଡ୍ରାଫ୍ ଓ ପୋଲିସର ମିଳିତ ଟିମ୍ ତାଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ମୁରୁବାନପଲ୍ଲୀ ଗାଁ ନିକଟ ପୋଟେରୁ ନଦୀକୁ ମାଛଧରା ଡଙ୍ଗା ଆଣିବାକୁ ଯାଇଥିବା ବେଳେ ନଦୀ ଭିତରେ ଫସି ଯାଇଥିଲେ ଇର୍ମା । ଆଉ ଉପାୟ ନପାଇ ସେଠାରେ ଥିବା ଏକ ଗଛ କୋରଡରେ ଆଶ୍ରୟ ନେଇଥିଲେ।

ଆଜି ନଦୀରୁ ପାଣି ସାମାନ୍ୟ କମିବା ପରେ ଭୋର ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଇର୍ମାଙ୍କୁ ସ୍ଥାନୀୟ ମେଡିକାଲେର ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Advertisment

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ମାଲକାନଗିରି ଆଜି ସାମାନ୍ୟ ଆଶ୍ୱସ୍ତ ହୋଇଛି ସତ, ହେଲେ ସାଷ୍ଟାଙ୍ଗ ହୋଇପାରିନି। ଏବେ ବି ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ,କନ୍ୟାଶ୍ରମ, କାଙ୍କରକୋଣ୍ଡା ଆଦି ପୋଲ ଉପରେ ସୁଅ କାଟି ଚାଲିଛି ବନ୍ୟା ପାଣି। ପୋଟେରୁ ପୋଲ, ଆଜି ବି ପାଣିରେ ବୁଡ଼ିରହିଛି। ଗତକାଲି ସୁ ସୁ ଗର୍ଜନ କରି ୧୫ ଫୁଟ୍ ଉଚ୍ଚରେ ପାଣି ଚାଲୁଥିଲା, ଆଜି ତଥାପି ୫ ଫୁଟ୍ ପାଣି ଅଛି। 

କାଲିମେଳାରୁ ପଡ଼ିଆ ରାସ୍ତାରେ ଏବେ ବି ପାଣି ଚାଲୁଛି, ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ। ରାସ୍ତା କଡ଼ରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର। ବଣ୍ଡାଘାଟିରେ ପ୍ରବଳ ବର୍ଷାରୁ ପାହାଡ଼ି ବନ୍ୟା କେମିତି ଆଦିବାସୀଙ୍କ ଘର ଭାଙ୍ଗିଛି, ସେ ଚିତ୍ର ବି ସାମ୍ନାକୁ ଆସିଛି। ବହୁ ପରିବାର ଭୋକ ଉପାସରେ ଅଛନ୍ତି। ମାଥିଲି ବ୍ଲକ କମାରପାଲ୍ଲି ଅଞ୍ଚଳରେ ଲୋକେ ଅସୁସ୍ଥ ଥିବା ଖବର ପାଇ, ଏକ ଡାକ୍ତରୀ ଟିମ୍ ଟ୍ରାକ୍ଟର ଯୋଗାଡ଼ କରି ସେଠାକୁ ଯାଇଛନ୍ତି।

Advertisment
Floods Food Shelters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ