Advertisment

Employment Physical Test Tragedy: ଶାରୀରିକ ପରୀକ୍ଷା ବେଳେ ଅଘଟଣ, ରନିଂ ଟ୍ରାକରେ ଟଳିପଡ଼ିଲେ ୨ ହୋମଗାର୍ଡ ଚାକିରି ଆଶାୟୀ

ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ରାଜ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ଓ LI ପଦବି ପାଇଁ ଫିଜିକାଲ ଟେଷ୍ଟିଂ ବେଳେ ସମାନ ଢଙ୍ଗରେ ୩ ଜଣଙ୍କ ଜୀବନ ଯାଇଥିଲା ।

ଅଦ୍ୟତନ ହୋଇଛି
ରନିଂ ଟ୍ରାକରେ ଟଳିପଡ଼ିଲେ

ରନିଂ ଟ୍ରାକରେ ଟଳିପଡ଼ିଲେ

Advertisment

ନିଯୁକ୍ତି ଲାଗି ଦୌଡ଼ ପ୍ରତିଯୋଗିତା ବେଳେ ପୁଣି ଚାଲିଗଲା ଚାକିରି ଆଶାୟୀଙ୍କ ଜୀବନ। ଯୁବା ବୟସରେ ଦୁଇ ଯୁବକ ଆଖି ବୁଜିଦେବା ପରେ ଉଛନ୍ନ ହୋଇଗଲା ଦୁଇ ଦୁଇଟି ପରିବାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆଜି ହୋମ୍ ଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷା ବେଳେ ଦୁଇ ଜଣ ଆଶାୟୀଙ୍କ ଜୀବନ ଯାଇଛି। ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ରାଜ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ଓ LI ପଦବି ପାଇଁ ଫିଜିକାଲ ଟେଷ୍ଟିଂ ବେଳେ ସମାନ ଢଙ୍ଗରେ ୩ ଜଣଙ୍କ ଜୀବନ ଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ

୨୦ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଦେବା ପରେ ଫାଟି ଯାଉଛି ମାଆର ଛାତି । ଆଉ ଏପଟେ ଅଧାରେ ରହିଗଲା ଇଣ୍ଟର୍ଭ୍ୟୁ ପୂର୍ବରୁ ମାଆକୁ ଦେଇଥିବା ଭରସା ଓ ପ୍ରତିଶ୍ରୁତି । ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷାରେ ଦୌଉଡୁ ଦୌଉଡୁ ପୁଣି ଜୀବନ ହାରିଲେ ଚାକିରି ଆଶାୟୀ । ପାରଳାଖେମୁଣ୍ଡିରେ ହୋମଗାର୍ଡ ପଦବୀ ଲାଗି ଆଜି ଆୟୋଜିତ ଶାରୀରିକ ପରୀକ୍ଷା ବେଳେ ଅକାଳରେ ଚାଲି ଯାଇଛି ଦୁଇ ଜଣ ଚାକିରି ଆଶାୟୀ ଯୁବକଙ୍କ ଜୀବନ । ଜଣେ ଗଜପତି ଜିଲ୍ଲା ପରିସଲ ଗାଁର ସୁଲନ୍ତ ମିଶାଲ । ଅନ୍ୟ ଜଣେ ରାୟଗଡ଼ ବ୍ଳକ୍ ନାରାୟଣପୁରର ୨୭ ବର୍ଷୀୟ ଦୀପକ ପାଡାଲ୍ ।

Advertisment

ପିଲାଦିନୁ ବାପାଙ୍କୁ ହରାଇଥିବା ସୁଲନ୍ତ ଯୁକ୍ତ ତିନିରେ ପାଠ ପଢୁଥିଲେ । ପରିବାରର ଅଭାବି ପଣିଆ ମେଣ୍ଟାଇବାକୁ ଟେଲରିଂ ବି କରୁଥିଲେ ।ହୋମଗାର୍ଡ ଚାକିରି ପାଇଁ ପଦବି ବାହାରିବା ପରେ ମାଆଙ୍କୁ କଥା ଦେଇଥିଲେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବେ । ଆଉ ସେଇ ଲକ୍ଷ୍ୟ ନେଇ ଆଜି ଯାଇଥିଲେ ଶାରୀରିକ ପରୀକ୍ଷା ଦେବାକୁ । ହେଲେ ୨ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଦଉଡୁ ଦଉଡୁ ଟଳି ପଡ଼ିଥିଲେ ସୁଲନ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେଲା ବେଳକୁ ଉଡ଼ି ସାରିଥିଲା ପ୍ରାଣବାୟୁ।

ପାରଳାଖେମୁଣ୍ଡିରେ ଆୟୋଜିତ ହୋମଗାର୍ଡ ପଦବି ଲାଗି ଏହି ଦୌଡ଼ ପରୀକ୍ଷାରେ ଆଉ ୭ ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୀପକଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର୍ କରାଯାଇଥିଲା। ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଆହତମାନେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

Advertisment

ସେପଟେ ବିଭିନ୍ନ ପରୀକ୍ଷା ପାଇଁ ଶାରୀରିକ ପରୀକ୍ଷା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଇଏ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନସପେକ୍ଟର ପଦବୀ ପାଇଁ ପରୀକ୍ଷା ବେଳେ ଘଟିଥିଲା ସମାନ ଅଘଟଣ। ଶାରିରୀକ ପରୀକ୍ଷା ପାଇଁ ଦୌଡୁଥିବା ବେଳେ ୩ ଜଣଙ୍କ ଜୀବନ ଯାଇଥିଲା। ଆଉ ଆଜି ପୁଣି ସମାନ ଘଟଣାର ପୁନରାବୃତ୍ତି ଘଟିଛି।

ଏପଟେ ଆଜିର ଏ ଅଭାବନୀୟ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୃତ ସୁଲନ୍ତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେପଟେ ଗଜପତି ଏସପି ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି ।

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ଘର ସ୍ବପ୍ନ ପୂରଣ ହେବ, ରାଜଧାନୀରେ LIG ଓ MIG ଘର ଯୋଗାଇବେ ରାଜ୍ୟ ସରକାର

Odisha Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ