Advertisment

Organ Donation: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...

ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍‌ ୱାର୍ଡେନ୍‌ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ

undefined

RKL

Advertisment

ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...ମନ ଆଜି ତା’ପାଇଁ ଯେତିକି ଝୁରି ହେଉଛି, ସେତିକି ଗର୍ବରେ ପୂରି ଉଠୁଛି ପ୍ରାଣ। ...କୁଳନନ୍ଦନ ସାଜି ଯିଏ ଏହି ପରିବାରରେ ଜନ୍ମ ନେଇଥିଲା ସିଏ ଆଜି ସାରା ଜଗତକୁ ଦେଖାଇଲା ନୂଆ ଦିଶା। ମାତ୍ର ୧୬ ମାସର ଶିଶୁପୁତ୍ରଟି ଅଙ୍ଗଦାନ କରି ପାଲଟିଗଲା ଅମର।

Advertisment

ନାଁ ଜନ୍ମେଶ ଲେଙ୍କା। ଆଜି ସେ ଇହ ଜଗତରେ ସିନା ନାହିଁ, କିନ୍ତୁ ତା’ର ୨ଟି କିଡନୀ ଓ ଲିଭର୍ ଲାଗିବ ଅନ୍ୟ କାହା ଶରୀରରେ। ଜନ୍ମେଶର ଅଙ୍ଗରେ ହୁଏତ ଆଉ କିଏ ପାଇଯିବ ନୂଆ ଜୀବନ। ସେଥିପାଇଁ ଶୋକରେ ବୁଡ଼ିଥିବା ସପରିବାର ଆଜି ଗର୍ବିତ ବୋଲି କହିଛନ୍ତି।

ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍‌ ୱାର୍ଡେନ୍‌ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ କରି ଖୁଆଇ ଦିଆଯାଇଥିଲା। କିନ୍ତୁ କିଛି ସମୟ ପରେ ହଠାତ୍ ରାହା ଧରି କାନ୍ଦି ଉଠିଥିଲା ଜନ୍ମେଶ। ପରେ ଚେତାଶୂନ୍ୟ ହୋଇପଡ଼ିଥିଲା। ତାକୁ ତୁରନ୍ତ AIIMSକୁ ନେଇ ସିପିଆର୍‌ ଦିଆଯାଇଥିଲା। ଜନ୍ମେଶ ବଞ୍ଚିଗଲା ସତ, କିନ୍ତୁ ଗତ ୧ ତାରିଖରେ ହୋଇଯାଇଥିଲା ବ୍ରେନଡେଡ୍। ଶେଷରେ ନିଷ୍ପତ୍ତି କ୍ରମେ ପୁଅର ୨ଟି କିଡନୀ ଓ ଲିଭରକୁ ଦାନ କରିଦେଲେ ପରିବାର ଲୋକେ। ଏବେ କିଡ଼ନୀ ୨ଟି ଭୁବନେଶ୍ୱର AIIMSରେ ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦିଲ୍ଲୀ AIIMSକୁ ପଠାଯାଇଛି ଲିଭର୍‌। AIIMS କର୍ତ୍ତୃପକ୍ଷଙ୍କ କହିବା କଥା, ଜଣେ ଶିଶୁ ଦେହରେ ସଫଳତାର ସହ ଏକକାଳୀନ ୨ଟି କିଡନୀ ପ୍ରତ୍ୟରୋପଣ ରାଜ୍ୟରେ ଦ୍ୱିତୀୟ ଘଟଣା।

Advertisment

ଅଧିକ ପଢ଼ନ୍ତୁ: ବିଦେଶିନୀଙ୍କ ଜଙ୍ଘରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ଘଟଣାରେ ଦୁଇଜଣଙ୍କୁ ଗିରଫକଲା ପୋଲିସ୍

କିଛି ମାସ ତଳେ ଅଙ୍ଗଦାନ କରି ଏଭଳି ଅମର ପାଲଟି ଯାଇଥିଲେ ବାଲେଶ୍ୱର ଜିଲ୍ଲା ଦେବେନ୍ଦ୍ରପୁର ଗାଁର ୨୧ ମାସର ଶିଶୁ ପ୍ରତ୍ୟୁଷ। ଏହି ମହତକାର୍ଯ୍ୟର ଧାରା ଭିତରେ ଏବେ ଯୋଡ଼ି ହୋଇଛି ଜନ୍ମେଶଙ୍କ ନାଁ। ରାଜ୍ୟ ସରକାରଙ୍କ ନିୟମ ମୁତାବକ, ମୃତ ଜନ୍ମେଶଙ୍କୁ ପୋଲିସ ପକ୍ଷରୁ ଖଣ୍ଡଗିରି ସ୍ଥିତ ମଶାଣୀରେ ଦିଆଯାଇଛି ଗାର୍ଡ ଅଫ୍ ଅନର୍। ଏସବୁ ଭିତରେ ଜନ୍ମେଶଙ୍କ ସ୍ମୃତି ସ୍ୱରୂପ ଗଛଟିଏ ଲଗାଇବା ସହ ଅଙ୍ଗଦାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେ ବାପା ଅଶୋକ।

Advertisment
Bhubaneswar Rourkela AIIMS Organ Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ