Advertisment

Rescue from Kashmir Attack: ରଖେ ହରି ତ ମାରେ କିଏ; ୧୫ ମାସର ଛୁଆ ପାଇଁ ପହଲଗାମ ବିପଦରୁ ବର୍ତ୍ତିଗଲେ ଦଂପତି...

କାଶ୍ମୀର ବୁଲିବାକୁ ଯାଇଥିଲେ ରାଉରକେଲା ସେକ୍ଟର ୩ର ଅସୀମ ସାହୁ, ତାଙ୍କ ପତ୍ନୀ ସୁନୀତା ନାୟକ ଓ ୧୫ ମାସର ପୁଅ। ପହଲଗାମ୍ ପହଞ୍ଚିବାକୁ ଆଉ ମାତ୍ର ୨୦ ମିନିଟ୍ ବାକି ଥିଲା। ହେଲେ ତା ଆଗରୁ ଅଧାବାଟରୁ ଫେରିଆସିଲେ ଏହି ଦଂପତି।

ଅଦ୍ୟତନ ହୋଇଛି
Rescue from Kashmir Attack

Rescue from Kashmir Attack

Advertisment

୧୫ ମାସର ଛୁଆ ପାଇଁ ପହଲଗାମ ବିପଦରୁ ବର୍ତ୍ତିଗଲେ ଓଡ଼ିଆ ଦଂପତି। କାଶ୍ମୀର ବୁଲିବାକୁ ଯାଇଥିଲେ ରାଉରକେଲା ସେକ୍ଟର ୩ର ଅସୀମ ସାହୁ, ତାଙ୍କ ପତ୍ନୀ ସୁନୀତା ନାୟକ ଓ ୧୫ ମାସର ପୁଅ। ପହଲଗାମ୍ ପହଞ୍ଚିବାକୁ ଆଉ ମାତ୍ର ୨୦ ମିନିଟ୍ ବାକି ଥିଲା। ହେଲେ ତା ଆଗରୁ ଅଧାବାଟରୁ ଫେରିଆସିଲେ ଏହି ଦଂପତି। ତେବେ କିଭଳି କୁନି ପୁଅ ପାଇଁ ଜୀବନ ଫେରିପାଇଲେ ସେମାନେ ଆସନ୍ତୁ ଜାଣିବା...

Advertisment

ଦଂପତିଙ୍କ କହିବା ଅନୁଯାୟୀ, ଆମେ ୨୧ ତାରିଖରେ ବାହାରି ରାତିରେ ହାଉସ୍‌ ବୋଟ୍‌ ରହିଥିଲୁ । ୨୨ ତାରିଖରେ ପହଲଗାମ୍‌ରେ ଗୋଟିଏ ଦିନର ରହିବାର ଯୋଜନା ଥିଲା। ଏମିତିକି ଆମେ ହୋଟେଲ୍‌ ବୁକ୍‌ ବି କରିଥିଲୁ। ଆମେ ଯେତେବେଳେ ହାଉସ୍‌ ବୋଟ୍‌ରେ ଥିଲୁ ସେତେବେଳେ ମୋ ପୁଅ ବହୁତ କାନ୍ଦିଲା। ଯାହାଫଳରେ ବହୁତ୍‌ ବିଳମ୍ବ ହେଲା । ତେଣୁ ଆମେ ଯେଉଁ ସମୟରେ ଯିବାର ଥିଲା ସେତେବଳେ ଆଉ ଯାଇପାରିଲୁ ନାହିଁ। ଆଉ ଯେତେବେଳେ ଗଲୁ ବାଟରେ ଆମ ଗାଡ଼ି ଅଟକିଲା, ପୁଅର ଡାଇପର୍‌ ବଦଳାଇବାର ଥିଲା। ଆଉ ସୂଚନା ମିଳିଲା ଯେ ଉପରେ କିଛି ଅଘଟଣ ଘଟିଛି। ତେଣୁ ଗାଡ଼ି ଡ୍ରାଇଭର୍‌ କହିଲେ ଆମେ ଏଇଠି ଅପେକ୍ଷା କରିବା। ୫ ମିନିଟ୍‌ ପରେ ଯବାନମାନେ ଆସି ଆମକୁ ସୂଚନା ଦେଇଥିଲେ ଯେ ଉପରେ ଆତଙ୍କୀ ଘଟଣା ଘଟିଛି । ଆପଣ ଯଥାଶୀଘ୍ର ଏ ସ୍ଥାନ ଛାଡ଼ି ପଳାନ୍ତୁ। ଯାହାଫଳରେ ଆମେ ସେଠାରୁ ପଳେଇ ଆସିଥିଲୁ ବୋଲି କହିଛନ୍ତି ଓଡ଼ିଆ ଦଂପତି। 

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ଏପଟେ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ତଦନ୍ତରେ ବଡ଼ ଅପଡେଟ୍। ଆତଙ୍କୀ ହମଲାର ନୂଆ ଭିଡିଓ ସାମ୍ନାକୁ ଆସିବା ପରେ, ଜଣେ ସ୍ଥାନୀୟ ଜିପ୍ ଲାଇନ୍ ଅପରେଟର୍ ଅଟକ। ଭିଡିଓରେ ନଜର ଆସୁଥିବା ଜିପ୍ ଲାଇନ୍ ଅପରେଟରକୁ NIA ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭାଇରାଲ୍ ଭିଡିଓରେ ସେ ୩ ଥର ଆଲ୍ଲାହୁ ଆକବର୍ କହିବା ପରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳୁଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେଥିରେ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ସମନ୍ କରିଥିଲା NIA ଓ ଜାମ୍ମୁ କାଶ୍ମୀର ପୋଲିସ। 

ତେବେ ସେମାନଙ୍କ ମଧ୍ୟରୁ ଆଲ୍ଲାହୁ ଆକବର୍ କହିଥିବା ଜିପ୍ ଲାଇନ ଅପରେଟରଙ୍କୁ NIA ଅଟକ ରଖିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ NIA ପକ୍ଷରୁ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ । ଭିଡିଓରେ ଦେଖାଯାଉଥିବା ପର୍ଯ୍ୟଟକ ହେଉଛନ୍ତି ରିଷି ଭଟ୍ଟ। ସେ ଜିପ୍ ଲାଇନ୍ ରାଇଡ୍ କରୁଥିବା ବେଳେ ତାଙ୍କ ସେଲଫି କ୍ୟାମେରାରେ ରେକର୍ଡ ହୋଇଛି ଆତଙ୍କୀଙ୍କ ନରସଂହାରର ପୂରା ଦୃଶ୍ୟ। ତଳେ ଆତଙ୍କୀ ପର୍ଯ୍ୟଟଙ୍କୁ ଆଖିବୁଜା ଗୁଳି ମାରୁଛନ୍ତି। ଜୀବନ ବଞ୍ଚାଇବାକୁ ପର୍ଯ୍ୟଟକମାନେ ଏଣେତେଣେ ଦୌଡୁଛନ୍ତି। କିଏ କୁଆଡ଼େ ଭୟରେ ଦୌଡ଼ୁଥିବା ବେଳେ ଅନ୍ଧାଧୁନ୍ ଗୁଳି ଚଳାଉଛନ୍ତି ଆତଙ୍କବାଦୀ। ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବା ଦୃଶ୍ୟ ବି କଏଦ ହୋଇଥିବା ଅନୁମାନ କରାଯାଉଛି। ଆଉ କିଛି ଭୂଇଁରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି। ପାଖାପାଖି ୫୩ ସେକେଣ୍ଡର ଭିଡିଓ ଅତ୍ୟନ୍ତ ହୃଦୟ ବିଦାରକ। ପର୍ଯ୍ୟଟକ ଜଣଙ୍କ ନିଜ ମୋବାଇଲର ସେଲଫି କ୍ୟାମେରାରେ ଉତ୍ତୋଳନ କରିଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜିପ୍ ଲାଇନ୍ ରାଇଡର ଭରପୁର ମଜା ନେଉଥିବା ବେଳେ ତଳେ କଣ ଚାଲିଥିଲା ପ୍ରଥମେ ଜାଣି ନଥିଲେ। ପରେ ଯେତେବେଳେ ଜାଣିଲେ ଜିପ୍ ଲାଇନରୁ ତଳକୁ ଡେଇଁ ନିଜ ପରିବାର ଲୋକଙ୍କୁ ଧରି ଜୀବନ ବଞ୍ଚାଇବା ପାଇଁ ସେଠାରୁ ଖସି ଆସିଥିଲେ। ...  

Advertisment

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Terrorist Attack Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ