Advertisment

ଖୋଲିଲା ହୀରାକୁଦର ଆଉ ୪ ଗେଟ୍; ବନ୍ୟା ପରିସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ।

author-image
Sonali Ojha
Hirakud Dam

Hirakud Dam

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ। ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

Advertisment

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, କେବଳ ମାଲକାନଗିରି ଜିଲ୍ଲାରେ ଯାହା ଅଧିକ ବର୍ଷା ହେବାରୁ କ୍ଷୟକ୍ଷତି ହୋଇଛି। ଆଜି ସକାଳ ସୁଦ୍ଧା ବୈତରଣୀ,ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ବି ବିପଦ ସଂକେତ ତଳେ ରହିଛି। ହୀରାକୁଦରେ ୬ଟି ଗେଟ୍ ଖୋଲା ଥିଲା। ମହାନଦୀ ଉପର ମୁଣ୍ଡରେ ଯେହେତୁ ଆଭରେଜ୍ ୩୦ ମିଲିମିଟର ଉପରେ ରେନ୍ ଫଲ ହେଇଛି। ତେଣୁ ଆହୁରି ୮ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ହୀରାକୁଦ ଡ୍ୟାମ୍ ଜଳ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୁର୍ଲା ଅଶୋକ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ହୀରାକୁଦ ଡ୍ୟାମ୍ ସମେତ ଝାରସୁଗୁଡା ଏବଂ ସମ୍ବଲପୁରର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ ଉତ୍ପାଦନ ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି।

Advertisment
Hirakud Dam Flood Water
Advertisment
Advertisment