Advertisment

ଗୋଠଛଡ଼ା ଦନ୍ତା ଲୋକଙ୍କ ପାଇଁ ବିପଦ, ସୁଧାର କେନ୍ଦ୍ରକୁ ନେଇ ସୁଧାରିବେ ବିଶେଷଜ୍ଞ

ଖୁବ୍‌ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ଅଦ୍ୟତନ ହୋଇଛି
Elephant

Elephant

Advertisment

ବନ ବିଭାଗ ସ୍କାନରରେ ରାଜ୍ୟର ଗୋଠଛଡ଼ା ଦନ୍ତା। ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ଏଭଳି ୧୨ ଗୋଠଛଡ଼ା । ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ୧୨ଟି ଲୋନଲି ଟସ୍କର ଚିହ୍ନଟ ହୋଇଛି। ରାଉରକେଲା, ବାରିପଦା, ଭୁବନେଶ୍ୱର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି, ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ହେଉଛନ୍ତି ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି।

Advertisment

ସେଗୁଡ଼ିକୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବାର ନିଷ୍ପତ୍ତି ହୋଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେହିପରି ଧରା ଯାଇଥିବା ହାତୀଙ୍କ ବ୍ୟବହାରରେ ସୁଧାର ନ ଆସିଲେ, ସେଗୁଡ଼ିକୁ ସୁଧାର କେନ୍ଦ୍ରକୁ ନିଆଯିବ । ତାଛଡ଼ା ଚନ୍ଦକାର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକାରେ ବୁଲୁଥିବା ମାଖନା ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନୁମତି ଦିଆସରିଛି । ଏମାନଙ୍କୁ ଖୁବ୍‌ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ଅଧିକ ପଢ଼ନ୍ତୁ: ପୁଣି ଅଲୋଡା ଶିଶୁକନ୍ୟା; ଜଙ୍ଗଲରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଶିଶୁ ...

Advertisment

ସେପଟେ ଆଜି ହାତୀ ଆକ୍ରମଣକୁ ନେଇ ସୁନ୍ଦରଗଡ଼ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳ ଅଧୀନ ଝିରପାଣିରେ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା । ମୃତକ ହେଲେ ଗାଁର ସାମୁଏଲ ସାଇନ୍ଦ । ଆଜି ଭୋର ସମୟରେ ସାମୁଏଲ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନବିଭାଗ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, କିଛି ଦିନ ହେଲା ଝାଡଖଣ୍ଡୀ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment
Elephant Elephant Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ