Advertisment

Mohan Majhi Meets Amit Shah: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ ରାଜ୍ୟରେ ଖାଲି ପଡିଥିବା ୧୨ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି । ସଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବୁଧବାର ନର୍ଥ ବ୍ଲକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ।

undefined

ଖାଲି ପଦବୀ ପୂରଣ ହେବ

Advertisment

ଆଜି ରାଜ୍ୟରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମୀକ୍ଷା ବୈଠକ । ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ଛଅ ମାସ ପାଇଁ ପ୍ରଶାସନିକ ସ୍ତରରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତାକୁ ଦେବାକୁ ପରାମର୍ଶ ଦେଇଛନ୍ତି ଶାହା । ଏଥିସହ ରାଜ୍ୟର ଗୃହ ସଚିବ ସପ୍ତାହକୁ ଥରେ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ସଂପର୍କରେ ଅଗ୍ରଗତି ନେଇ ସମୀକ୍ଷା କରିବା ଉଚିତ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଫସିଗଲେ କି ନବୀନ ?

ସେହିପରି ମୁଖ୍ୟ ଶାସନ ସଚିବ ଓ ଡିଜିପି ପ୍ରତି ୧୫ ଦିନରେ ଏବଂ ମୁଖ୍ୟମନ୍ତ୍ରୀ ମାସିକ ଭିତ୍ତିରେ ଏହାର ସମୀକ୍ଷା କରିବା ଉଚିତ ବୋଲି ବୈଠକରେ ଶାହ କହିଛନ୍ତି । ବୈଠକରେ ପୋଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନସିକ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ ରାଜ୍ୟରେ ଖାଲି ପଡିଥିବା ୧୨ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି । ସଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବୁଧବାର ନର୍ଥ ବ୍ଲକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ।

Amit Shah Mohan Majhi Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ