Advertisment

Subhadra yojana: ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଦିବସରେ ବ୍ରହ୍ମପୁରରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର। ବଡ଼ କଥା ହେଲା, ମାର୍ଚ୍ଚ 8 ରେ କୋଟିଏ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯାଇଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଯେଉଁମାନଙ୍କ ଆକାଉଣ୍ଟରେ NPCI ଏବଂ KYC ସମସ୍ୟା ଥିଲା, ସେମାନଙ୍କ ପାଖକୁ ମଧ୍ୟ ଏଇ ଦିନ ଦୁଇଟି କିସ୍ତି ଯିବ।

undefined

subhadra

Advertisment

ମାର୍ଚ୍ଚ 8ରେ ବ୍ରହ୍ମପୁରରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଦେବେ ସରକାର। ବଡ଼ କଥା ହେଲା 4ଟି ପର୍ଯ୍ୟାୟରେ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ମିଳିଥିବା ବେଳେ, ଦ୍ବିତୀୟ କିସ୍ତି କିନ୍ତୁ ଯିବ କୋଟିଏ ମହିଳାଙ୍କ ଖାତାକୁ। ଅର୍ଥାତ 4ଟି ପର୍ଯ୍ୟାୟରେ ବିଭିନ୍ନ କାରଣ ପାଇଁ ବାଦ ପଡ଼ିଥିବା 2 ଲକ୍ଷ ମହିଳାଙ୍କୁ ଏକାବେଳକେ 2ଟି କିସ୍ତିର ଟଙ୍କା ଯିବ। ତେଣୁ ଏବେ ବାଦ ପଡ଼ିଥିବା ମହିଳାଙ୍କ ଭିତରେ ବଢିଛି ଆଶା।

Advertisment

ଅଧିକ ପଢ଼ନ୍ତୁ: ଜେଲରେ ରସିକିଆ ପୋଲିସ୍ IIC, ରଫାଦଫା କରିବାକୁ ମହିଳା ହୋମଗାର୍ଡଙ୍କ ଉପରେ ଉପର ଅଫିସରଙ୍କ ଚାପ

ଚତୁର୍ଥ ପର୍ଯ୍ୟାୟ ପରେ ଆପଣଙ୍କୁ ଆସିନି କି ସୁଭଦ୍ରା ଟଙ୍କା । ବ୍ୟସ୍ତ ହୁଅନ୍ତୁନି, ମାର୍ଚ୍ଚ 8ରେ ଏକାଥରକେ ପାଇବେ ଦୁଇଟି ଯାକ କିସ୍ତି। ଖାତାକୁ ଯିବ 10 ହଜାର ଟଙ୍କା। ଏହା ବାଦ୍ 4ଟି ପର୍ଯ୍ୟାୟରେ ମିଳିଥିବା 98 ଲକ୍ଷ ମହିଳାଙ୍କୁ ବି ମିଳିବ ଦ୍ବିତୀୟ କିସ୍ତିର 5 ହଜାର ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସରେ ବ୍ରହ୍ମପୁରରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର। ବଡ଼ କଥା ହେଲା, ମାର୍ଚ୍ଚ 8 ରେ କୋଟିଏ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯାଇଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଯେଉଁମାନଙ୍କ ଆକାଉଣ୍ଟରେ NPCI ଏବଂ KYC ସମସ୍ୟା ଥିଲା, ସେମାନଙ୍କ ପାଖକୁ ମଧ୍ୟ ଏଇ ଦିନ ଦୁଇଟି କିସ୍ତି ଯିବ।

Advertisment

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଏ ସୂଚନା ପରେ ସୁଭଦ୍ରା ପାଇଁ ଅପେକ୍ଷାରତ ଆବେଦନକାରୀଙ୍କ ଭିତରେ ଆଶା ବଢ଼ିଛି। ଏଇ ଯେମିତି ଗଞ୍ଜାମ ଖଲ୍ଲିକୋଟ ତୁଳସୀପୁର ଗାଁର ରଶ୍ମିତା ବରାଳ। ଆରମ୍ଭରୁ ସୁଭଦ୍ରା ପାଇଁ ଆବେଦନ କରିଥିଲେ ବି ଏଯାଏଁ ତାଙ୍କ ପାଖକୁ ଟଙ୍କା ଆସନି। ତେଣୁ ଅପେକ୍ଷା କରିଛନ୍ତି ଏବେ ଏକାବେଳେ ତାଙ୍କ ଆକାଉଣ୍ଟରେ 10 ହଜାର ଟଙ୍କା ପଶିବ। ସେମିତି ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କାକୁ ଚାତକ ପରି ଚାହିଁ ବସିଛନ୍ତି ମାଣିକପୁର ଗାଁର ଶିଶୁମା ଜେନା ।

2025-26 ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ 10 ହଜାର 1 ଶହ 45 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ 1 ଶହ 53 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର।

Advertisment

ଅଧିକ ପଢ଼ନ୍ତୁ: କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

Subhadra Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ