/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632645758.jpeg)
Adhara card
ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଲା ନୂଆ ଖବର। ବଦଳିଲା ଆଧାର କାର୍ଡ ପ୍ରସ୍ତୁତି ନିୟମ। ଏଥି ଯୋଗୁ ସମସ୍ତଙ୍କ ଉପରେ ପଡିବ ପ୍ରଭାବ। ଧନୀ ହୁଅନ୍ତୁ କି ଗରୀବ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ । ଆସନ୍ତୁ ଜାଣିବା କଣ ଏହି ନୂଆ ନିୟମ ।
ଆଧାର ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI। ନୂଆ ନିୟମ ଅନୁସାରେ ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଉ କୌଣସି ବାୟୋମେଟ୍ରିକ୍ ଡିଟେଲର ଆବଶ୍ୟକତା ନାହିଁ। ଶିଶୁକୁ ୫ ବର୍ଷ ବୟସ ହେଲେ ବାୟୋମେଟ୍ରିକ୍ ଅପଡେଟ୍ ବାଧ୍ୟତାମୂଳକ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏଣିକି ଶିଶୁ ଆଧାର ପ୍ରସ୍ତୁତ ପାଇଁ ଅଭିଭାବକଙ୍କର ପାସପୋର୍ଟ, ପାନ୍ କାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ନରେଗା ଜବ କାର୍ଡକୁ ସାମିଲ କରାଯାଇଛି। ସେହିଭଳି ଠିକଣା ପ୍ରମାଣ ପତ୍ର ପାଇଁ ବ୍ୟାଙ୍କ ଷ୍ଟେଟମେଣ୍ଟ ବା ପାସବୁକ୍, ପୋଷ୍ଟ ଅଫିସ୍ ଆକାଉଣ୍ଟ ଷ୍ଟେଟମେଣ୍ଟ, ରାସନ କାର୍ଡ ଦେବାକୁ କୁହାଯାଇଛି।
ଯଦି ଆପଣ ଶିଶୁ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ଚାହୁଁଥାନ୍ତି, ତେବେ ପ୍ରଥମେ ୟୁଆଇଡିଏଆଇ ୱେବସାଇଟକୁ ଯାଆନ୍ତୁ। ଏଠାରେ ଆଧାର କାର୍ଡ ରେଜିଷ୍ଟ୍ରେସନର ବିକଳ୍ପ ଚୟନ କରନ୍ତୁ। ଏଥିରେ ଜରୁରି ଡିଟେଲ୍ ଯଥା ପିଲାଙ୍କ ନାଁ ଓ ଅନ୍ୟ ବାୟୋମେଟ୍ରିକ୍ ସୂଚନା ଦିଅନ୍ତୁ। ପରେ ବାସସ୍ଥାନ ଠିକଣା, ଅଞ୍ଚଳ, ରାଜ୍ୟ ଭଳି ଡେମୋଗ୍ରାଫିକ୍ ଡିଟେଲ୍ ଦେଇ ସବମିଟ୍ କରନ୍ତୁ। ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେସନ ନିର୍ଦ୍ଧାରିତ କରିବା ପାଇଁ ‘ଆପଏଣ୍ଟମେଣ୍ଟ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ନିକଟସ୍ଥ ଏନରୋଲମେଣ୍ଟ ସେଣ୍ଟର ଚୟନ କରି ନିଜ ଆପଏଣ୍ଟମେଣ୍ଟ ନିର୍ଦ୍ଧାରିତ କରନ୍ତୁ ଏବଂ ଆବଣ୍ଟନ ତାରିଖରେ ସେଠାକୁ ଯାଆନ୍ତୁ।
ଏନରୋଲମେଣ୍ଟ ସେଣ୍ଟରରେ ପରିଚୟ ପ୍ରମାଣ, ଠିକଣା ପ୍ରମାଣ, ସମ୍ପର୍କର ପ୍ରମାଣ ଓ ଜନ୍ମ ତାରିଖ ଭଳି ଜରୁରି ଡକ୍ୟୁମେଣ୍ଟ ସାଙ୍ଗରେ ନେଇ ଯାଆନ୍ତୁ। ଆଧାର କେନ୍ଦ୍ରରେ ଉପସ୍ଥିତ ଥିବା ଅଧିକାରୀଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ କରାନ୍ତୁ ଯଦି ଆପଣଙ୍କ ପିଲା ୫ ବର୍ଷରୁ ଅଧିକ ତେବେ ବାୟୋମେଟ୍ରିକ୍ ଡାଟା ନିଆଯିବ। କିନ୍ତୁ ୫ ବର୍ଷରୁ କମ୍ ବୟସ୍କ ପିଲାଙ୍କ ବାୟୋମେଟ୍ରିକ୍ ଡାଟାର ଆବଶ୍ୟକତା ନାହିଁ। କେବଳ ଡେମୋଗ୍ରାଫିକ୍ ଡାଟା ଓ ମୁହଁର ପରିଚୟ ଜରୁରି ହୋଇଛି।
ଆଧାରର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପିତା-ମାତାଙ୍କୁ ସେମାନଙ୍କୁ ଆବେଦନର ପ୍ରୋସେସକୁ ଟ୍ରାକ୍ କରିବା ପାଇଁ ଏକ ଏକନୋଲେଜମେଣ୍ଟ ନମ୍ବର ମିଳିଥାଏ। ୬୦ ଦିନ ଭିତରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଏସଏମଏସ୍ ମିଳିବ। ଆଉ ୯୦ ଦିନ ଭିତରେ ଆପଣଙ୍କ ପାଖରେ ପହଞ୍ଚିଯିବ ଶିଶୁ ଆଧାର କାର୍ଡ। ତେବେ ସବୁଠାରୁ ବଡ କଥା ନୂଆ ନିୟମରେ ଶିଶୁଙ୍କ ଜନ୍ମ ପ୍ରମାଣ ପତ୍ର ବା ହସ୍ପିଟାଲରୁ ଡିସଚାର୍ଜ ସ୍ଲିପ୍ ସହିତ ମାତା-ପିତା କାହାର ବି ଆଧାର କାର୍ଡ ନେଇ ଶିଶୁ ଆଧାର କାର୍ଡ ପାଇଁ ଆବେଦନ କରି ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)