• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆପଣ ଆପଣଙ୍କ ଜୀବନରେ ଅନେକ ପ୍ରକାର ଖବର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ଚକିତ କରିପାରେ । ୫୦୦ କିମିର ଯାତ୍ରା ମାତ୍ର ୩୦ ମିନିଟ୍‌ ! କଥାଟା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ଗୁରୁଗ୍ରାମର ଜଣେ ବାସିନ୍ଦା ସୌରଭ ଜୋମାଟୋ ଆପ୍‌ରୁ ଖାଦ୍ୟ ଅର୍ଡର କରିଥିଲେ । ଯେଉଁଥିରେ ସେ ‘ଲିଜେଣ୍ତ ଜୋମାଟୋ’ ଅଫର୍‌ରେ ଚାରୋଟି ଡିସ୍ ଅର୍ଡର କରିଥିଲେ ।

ଏହି ଜିନିଷଗୁଡିକ ହେଲା ଜମା ମସଜିଦ୍‌ର - ଚିକେନ୍ କବାବ୍‌ ରୋଲ୍, ଜାଙ୍ଗପୁରାରୁ ‘ଭେଜ୍ ସାଣ୍ଡୱିଚ୍’, କୌଳାଶ କଲୋନୀରୁ ‘ଟ୍ରିପଲ୍ ଚକୋଲେଟ୍ ଚିଜ୍ କେକ୍’ ଓ ଲକ୍ଷ୍ନୌରୁ ‘ଗାଲୁଟି କବାବ୍‌’ ଅର୍ଡର କରିଥିଲେ । କୌତୁହଳର ବିଷୟ ହେଉଛି ଜୋମାଟୋ ମାତ୍ର ଅଧ ଘଣ୍ଟା ମଧ୍ୟରେ ଏହି ସବୁ ଡେଲିଭରି କରି ଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଅଧ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରୁ ଗୁରୁଗ୍ରାମରେ ପହଞ୍ଚିବା କିପରି ସମ୍ଭବ ? 

କଣ ଏହି ‘ଜୋମାଟୋ ଲିଜେଣ୍ତ’ ଅଫର୍‌ ? 

‘ଜୋମାଟୋ ଲିଜେଣ୍ତ’ ହେଉଛି ଏକ ସେବା ଯାହା ବେଙ୍ଗାଲୁରୁ, ଚେନ୍ନାଇ, ଆଗ୍ରା, କୋଲକାତା, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଓ ବେଙ୍ଗାଲୁରୁ ସମେତ ଅନେକ ସହରରେ ଥିବା ପ୍ରସିଦ୍ଧ ରେଷ୍ଟୁରାଣ୍ଟରୁ ଗରମ ଓ ପ୍ରକୃତ ଖାଦ୍ୟ ଯୋଗାଇବାକୁ ନେଇ ଅଫର୍‌ ଦେଇଛି ।

 ତେବେ ଏହି ଘଟଣାକୁ ନେଇ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ ଦିଲ୍ଲୀ କୋର୍ଟ ସମନ୍‌ କରିଛନ୍ତି । ଗ୍ରାହକଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ଏହି ନୋଟିସ୍‌ କମ୍ପାନୀକୁ ପଠାଇଛନ୍ତି । ଯେଉଁଥିରେ ସେ ଗ୍ରାହକମାନଙ୍କ ପାଇଁ ଜୋମାଟୋକୁ ଦିଲ୍ଲୀର ‘ଲିଜେଣ୍ତ ରେଷ୍ଟୁରାଣ୍ଟ’ରୁ ଖାଦ୍ୟ ଅର୍ଡର କରିବାର ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଜୋମାଟୋର ଏହି ଦାବିକୁ ନେଇ ସୌରଭ କୋର୍ଟରେ ଏକ ମାମଲା ଦାୟର କରିଥିଲେ ଯାହା ଶୁଣାଣି କରି କୋର୍ଟ କମ୍ପାନୀକୁ ନୋଟିସ୍‌ କରିଥିଲେ । ଆବେଦନକାରୀ କହିଛନ୍ତି ଯେ 'ଲିଜେଣ୍ତ ଜୋମାଟେ' ଅଧୀନରେ ଲକ୍ଷ୍ନୌ ଓ ଦିଲ୍ଲୀରୁ ତାଜା ଖାଇବା ଯୋଗାଇବା ଅଭିଯୋଗରେ ଜୋମାଟୋର ଦାବି ମିଛ ରହିଛି । ଏହାକୁ ବନ୍ଦ କରିବା ଉଚିତ୍ ।

 ଆବେଦନକାରୀ ଦାବି କରି କହିଛନ୍ତି ଯେ, ‘ସେ ଯେଉଁ ଖାଦ୍ୟ ପଠାଇଥିଲେ ସେ ଖାଇବାଗୁଡ଼ିକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟର ଥିଲା । ପ୍ରକୃତ ରେଷ୍ଟୁରାଣ୍ଟର ସଠିକ୍‌ ପ୍ୟାକେଜିଂରେ ଖାଦ୍ୟ କାହିଁକି ପରିବେଷଣ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ ? ଖାଇବା କ’ଣ ‘ଲିଜେଣ୍ତ ରେଷ୍ଟୁରାଣ୍ଟ’ରୁ ଆସିଛି ଯେଉଁଠାରୁ ଏହା ଅର୍ଡର କରାଯାଇଥିଲା ? ।’