Zahad and ziya
ପୁତ୍ର ସନ୍ତାନକୁ ଜନ୍ମଦେଲେ ପୁରୁଷ । କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିୟା ଓ ଜହାଦଙ୍କ ଘରକୁ ନୂଆ ଅତିଥି ଆସିଛି । ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଉଭୟ ସୋସିଆଲ୍ ମିଡିଆ ଜରିଆରେ ବାପା-ମା’ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ତାଙ୍କର କୋଳକୁ ଏକ ପୁତ୍ର ସନ୍ତାନ ଆସିଥିବା କୁହାଯାଇଛି ।
ଗତ ୩ ବର୍ଷ ହେବ ଜିୟା ଓ ଜହାଦ ଉଭୟ ଏକାଠି ରହୁଥିଲେ । ଇନଷ୍ଟାଗ୍ରାମ ରେ ପ୍ରେଗନେନ୍ସି ଫଟୋ ଶେୟାର କରି ଉଭୟ ବାପା-ମା’ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଗତକାଲି ଏକ ସରକାରୀ ହସ୍ପିଟାଲରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଛି ।
ଟ୍ରାନ୍ସଜେଣ୍ଡର ମହିଳା ଜିୟାଙ୍କ ବୟସ ୨୧ ବର୍ଷ ରହିଥିବା ବେଳେ ଟ୍ରାନ୍ସଜେଣ୍ଡର ପୁରୁଷ ଜହାଦଙ୍କ ବୟସ ୨୩ ବର୍ଷ ରହିଛି । ଯାହାକୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହୋଇଛି । ଟ୍ରାନ୍ସଜେଣ୍ଡର କପଲ୍ ଏକ ସନ୍ତାନକୁ ଜନ୍ମ ଦେବା ଘଟଣା ଦେଶରେ ପ୍ରଥମ ।
ଅଧିକ ପଢ଼ନ୍ତୁ: ବାପା ହୋଇ ଦେଲେ କନ୍ୟା ସନ୍ତାନକୁ ଜନ୍ମ; ସ୍ତନ୍ୟପାନ କରେଇ ବଢେଇଲେ
ପୂର୍ବରୁ ଜିୟା ମା’ ହେବା ନେଇ ଇନଷ୍ଟାଗ୍ରାମ୍ରେ ଫଟୋ ସେୟାର କରିବା ସହ କ୍ୟାପସନ୍ରେ କିଛି ଲେଖିଥିବା ଦେଖିବାକୁ ମିଳିଥିଲା । ସେ କ୍ୟାପସନରେ ଲେଖିଥିଲେ, ୩ ବର୍ଷ ଆମେ ଏକାଠି ରହୁଛୁ । ‘ଜନ୍ମରୁ ମୁଁ ମହିଳା ନଥିଲି । ଦିନେ ଜଣେ ଛୋଟ ପିଲା ମୋତେ ମା’ ବୋଲି ଡାକି ଦେଇଥିଲା । ଏହାପରଠୁ ମୋ ଭିତରେ ମାତୃତ୍ୱ ହେବାର ସ୍ୱପ୍ନ ଥିଲା । ଆଉ ଏବେ ଆମେ ବାପା-ମା’ ହେବାକୁ ଯାଉଛୁ ।
ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଉଭୟ ବାପା-ମା’ ହେବା ସହ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଛନ୍ତି । ସେମାନଙ୍କ ସନ୍ତାନର ଏକ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675926478.jpg)