Advertisment

Jyoti Malhotra's Father Breaks Silence: ଦିଲ୍ଲୀ କହି ପାକିସ୍ତାନ ଯାଉଥିଲେ ଜ୍ୟୋତି, ଗୁମର ଖୋଲିଲେ ବାପା

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ବାପା ହରିଶ ମଲହୋତ୍ରା ଝିଅର ଗିରଫଦାରୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଜ୍ୟୋତି ଦିଲ୍ଲୀ ଯିବେ ବୋଲି କହୁଥିବା ନେଇ ଜ୍ୟୋତିଙ୍କ ବାପା ଜଣାଇଛନ୍ତି । ଜ୍ୟୋତି ପାକିସ୍ତାନ ଯିବା ବିଷୟରେ ତାଙ୍କୁ କିଛି ଜଣାନଥିବା କହିଛନ୍ତି ହରିଶ ମଲହୋତ୍ରା ।

ଅଦ୍ୟତନ ହୋଇଛି
Jyoti Malhotra's Father Reaction

Jyoti Malhotra's Father Reaction

Advertisment

ମୁହଁ ଖୋଲିଲେ ଜ୍ୟୋତି ମଲହୋତ୍ରାଙ୍କ ବାପା ହରିଶ ମଲହୋତ୍ରା । ଦିଲ୍ଲୀ ଯିବେ ବୋଲି କହି ଜ୍ୟୋତି ପାକିସ୍ତାନ ଯାଇଥିଲେ ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସେ ପାକିସ୍ତାନ ଯିବା କଥା ମୁଁ ଆଦୌ ଜାଣିନଥିଲି । ସେ ଆମକୁ ଦିଲ୍ଲୀ ଯିବ ବୋଲି କହିକି ଯାଏ। ପୋଲିସ ତାକୁ ଏଠାକୁ ଆଣିଥିଲା, ସେ ନିଜ ଲୁଗାପଟା ନେଇ ଚାଲିଗଲା । କିଛି କହିଲା ନାହିଁ । ପୂର୍ବରୁ ସେ ଘରେ ଭିଡିଓ କରେ ଜାଣିଛି । ମୋ ପାଖରେ ଆଣ୍ଡ୍ରଏଡ ଫୋନ ନାହିଁ । ତେଣୁ ମୁଁ କୌଣସି ଭିଡିଓ ଦେଖିନାହିଁ । ପାକିସ୍ତାନ କଥା ମୋତେ ଜଣାନାହିଁ । ସେ ଦିଲ୍ଲୀ ଯାଏ ବୋଲି କହେ ।" 

Advertisment

ସେହିପରି "ଓଡ଼ିଶାର ପ୍ରିୟଙ୍କା କି ଆଉ କେଉଁ ବନ୍ଧୁ ଘରକୁ ଆସନ୍ତି କି ?" ପ୍ରଶ୍ନର ଉତ୍ତର ଦେଇ ଜ୍ୟୋତିଙ୍କ ବାପା କହିଛନ୍ତି, "ନା... ସେପରି କେହି କେବେ ଆସନ୍ତି ନାହିଁ।" ଏହାସହ ଜ୍ୟୋତିଙ୍କ ବାପା କହିଛନ୍ତି, "ମୋର ବିଶେଷ କିଛି କହିବାର ନାହିଁ । କି କିଛି ଦାବି ନାହିଁ । ଯାହା ହେବାର ଥିବ, ହେବ ।" ତେବେ ଜ୍ୟୋତି ଲକଡାଉନ ପୂର୍ବରୁ ଦିଲ୍ଲୀରେ ଚାକିରି କରୁଥିଲେ, ପରେ ଛାଡିଦେଲେ ବୋଲି କହିଛନ୍ତି ଜ୍ୟୋତିଙ୍କ ବାପା ।

ଅଧିକ ପଢନ୍ତୁ : ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!

Advertisment
Delhi Pakistan Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ