Advertisment

Jyoti Malhotra Espionage Case: ସରିଲା ସ୍ପାଏ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ, କୋର୍ଟରେ କରାଯିବ ହାଜର

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଇଛି । ୪ ଦିନିଆ ରିମାଣ୍ଡରେ ପୋଲିସକୁ କେଉଁ ତଥ୍ୟ ମିଳିଛି, ତାହା କୋର୍ଟରେ ଉପସ୍ଥାପନ କରାଯିବ । ଜ୍ୟୋତିଙ୍କ ଗୁଇନ୍ଦାଗିରି ନେଇ ପୋଲିସକୁ କିଛି ପ୍ରମାଣ ମିଳିଛି ନା ନାହିଁ, ତାହା ଉପରେ ନଜର ରହିଛି ।

ଅଦ୍ୟତନ ହୋଇଛି
Jyoti Malhotra To Be Produced In Court

Jyoti Malhotra To Be Produced In Court

Advertisment

ସରୁଛି ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି । ଆଜି  ଜ୍ୟୋତିଙ୍କୁ ହରିୟାଣାର ହିସାର କୋର୍ଟରେ ହାଜର କରିବ ପୋଲିସ । ସୂଚନା ଅନୁସାରେ, ଜ୍ୟୋତିଙ୍କ ବିରୋଧରେ ଯଦିଓ ସେତେଟା ସମ୍ବେଦନଶୀଳ ତଥ୍ୟ ମିଳିପାରିନାହିଁ ତଥାପି ସେ ଲଗାତାର ପାକିସ୍ତାନୀ ଅଧିକାରୀଙ୍କ ସହ ଲିଙ୍କରେ ଥିଲେ । ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗତ ୨୨ତାରିଖରେ ପୋଲିସ ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଇଥିଲା । ପୁଣି ଥରେ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ । 

Advertisment

ଏହାପରେ ଜ୍ୟୋତିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିଥିଲା ପୋଲିସ ।  ଆଜି ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି । ପାକ୍ ଅଧିକାରୀ ଦାନିଶଙ୍କ ସହ ଜ୍ୟୋତି ଲଗାତାର ସମ୍ପର୍କରେ ରହିଥିଲେ । ସେପଟେ ମେ ୧୩ରେ ତଥ୍ୟ ଚୋରି ଅଭିଯୋଗରେ ଦାନିଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଭାରତରୁ ବହିଷ୍କାର କରାଯାଇଛି । ଜ୍ୟୋତିଙ୍କ ମୋବାଇଲ, ଲ୍ୟାପଟପ ଆଦି ପୋଲିସ ହେପାଜତରେ ଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ହୋଇଛି ।ଜ୍ୟୋତିଙ୍କ ଗୁଇନ୍ଦାଗିରି ନେଇ ପୋଲିସକୁ କିଛି ପ୍ରମାଣ ମିଳିଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ଅଧିକ ପଢନ୍ତୁ :  ଜ୍ୟୋତି ମଲହୋତ୍ରା ଡାଏରୀରେ ପାକ୍ ପ୍ରଶଂସା, କହିଲେ ମୁଁ ଆଦୌ ଅନୁତପ୍ତ ନୁହେଁ...

Advertisment
Haryana Espionage Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ