Advertisment

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ହଠାତ୍‌ ସାମ୍ନାକୁ ଚାଲି ଆସିଲା ବାଘ, ତା’ପରେ ଘଟିଲା ଏମିତି କିଛି...

ବାଘର ଭୟରେ ଲୋକମାନେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଲୋକମାନେ ବସବାସ କରୁଥିବା ଅଞ୍ଚଳରେ ବାଘଟି ବୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Youth Dies Of Heart Attack

Youth Dies Of Heart Attack While Tiger Suddenly Appeared In Front Of Him

ଯଦି ଅଚାନକ୍‌ ଆପଣଙ୍କ ସାମ୍ନାକୁ ବାଘ ଚାଲି ଆସିବ, ଭାବନ୍ତୁ ସେହି ସମୟରେ ଅବସ୍ଥା କ’ଣ ହେବ। ପରିସ୍ଥିତିକୁ କେମିତି ସାମ୍ନା କରିବେ ଓ ବାଘ ମୁହଁରୁ କେମିତି ବର୍ତ୍ତିବେ ହଠାତ୍‌ ମୁଣ୍ଡରେ କିଛି ପଶିବ ନାହିଁ। ଏଭଳି କିଛି ଘଟଣା ମହାରାଷ୍ଟ୍ରରେ ଜଣେ ଯୁବକଙ୍କ ସହ ଘଟିଛି। ଦୁଃଖଦ କଥା, ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ଯୁବକଙ୍କ ଜୀବନ ଚାଲି ଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏବେ ଏକ ବାଘ ଆତଙ୍କ ଖେଳାଇଛି। ବାଘର ଭୟରେ ଲୋକମାନେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଲୋକମାନେ ବସବାସ କରୁଥିବା ଅଞ୍ଚଳରେ ବାଘଟି ବୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି।

Advertisment

ସୂଚନା ଅନୁସାରେ, ପ୍ରବୀଣ ମରାଠେ ନାମକ ଜଣେ ଯୁବକ ସବୁଦିନ ଭଳି ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ସହର ବାହାରକୁ କାର୍‌ ନେଇ ଯାଇଥିବା ବେଳେ ରାସ୍ତାକଡ଼ରେ ଗାଡ଼ି ରଖି ମର୍ଣ୍ଣିଂ ୱାକ୍‌ କରୁଥିଲେ। ମର୍ଣ୍ଣିଂ ୱାକ୍‌ ସାରି ଫେରୁଥିବା ବେଳେ ଅଚାନକ ପ୍ରବୀଣଙ୍କ ସାମ୍ନାକୁ ଏକ ବାଘ ଚାଲି ଆସିଥିଲା। ହଠାତ୍‌ ବାଘକୁ ସାମ୍ନାରେ ଦେଖି ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏଥିଯୋଗୁ ତାଙ୍କର ଜୀବନ ମଧ୍ୟ ଚାଲିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲୁ। ସେହି ସମୟରେ ତାଙ୍କର ନିଶ୍ୱାସପ୍ରଶ୍ୱାସ ଚାଲୁଥିଲା। ଏହାପରେ ତୁରନ୍ତ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ହେଲେ ତା’ ପୂର୍ବରୁ ପ୍ରବୀଣଙ୍କ ଜବୀନ ଚାଲି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗ ମଧ୍ୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ବାଘ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। ବାଘକୁ କୁକୁର ଭାବି ୬୫ ବର୍ଷୀୟ ବୃଦ୍ଧ ବାଘ ପାଖକୁ ଚାଲି ଯାଇଥିଲେ। ସୌଭାଗ୍ୟବଶତଃ, ସେଠାରୁ ସେ କୌଶଳକ୍ରମେ ଖସି ପଳାଇଥିଲେ। 

Advertisment
Youth Dies
Advertisment
Advertisment