Advertisment

ୱାନ୍‌ ସାଇଡେଡ୍‌ ଲଭ୍‌ ଷ୍ଟୋରୀ: ରାସ୍ତା ଉପରେ ପ୍ରେମିକା ତଣ୍ଟିରେ ଛୁରୀ

ଭାଲେଣ୍ଟାଇନ୍‌ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
Youth Murdered Girlfriend

Youth Murdered Girlfriend

ଭାଲେଣ୍ଟାଇନ୍‌ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି। ଗୁଜରାଟ ସୁରତରେ ଏହି ଘଟଣା ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବକଙ୍କ ଏହି ପାଗଳାମିକୁ ଲୋକମାନେ ଭିଡିଓ ରେକର୍ଡିଂ କରିଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି।

Advertisment

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ କାମରେଜ ଥାନା ଅନ୍ତର୍ଗତ ରିହାୟଶି ଅଞ୍ଚଳରେ ଏହି ଘଟଣା ଘଟିଛି। ଲକ୍ଷ୍ନୀଧାମ ସୋସାଇଟିରେ ରହୁଥିବା ୨୧ ବର୍ଷୀୟ ଯୁବତୀ ଗ୍ରୀଷ୍ମ ଭେକରିୟାଙ୍କୁ ସର୍ବସମ୍ମୁଖରେ ଫେନିଲ ଗୋୟାଣି ନାମକ ଯୁବକ ବନ୍ଧକ କରିଥିଲେ। ଏହାପରେ ଯୁବତୀଙ୍କ ତଣ୍ଟିରେ ଛୁରୀ ରଖି ସେ ତାଙ୍କ ପରିଜନଙ୍କୁ ଧମକ ଚମକ ଦେଇଥିଲେ। 

ଫେନିଲ ଯେତେବେଳେ ଗ୍ରୀଷ୍ମଙ୍କ ତଣ୍ଟିରେ ଛୁରୀ ରଖି ତାଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରୁଥିଲେ, ସେହି ସମୟରେ ଉପସ୍ଥିତ ଲୋକେ ଦର୍ଶକ ସାଜି ଏସବୁ ଦେଖୁଥିଲେ। ଏପରିକି ସେହି ସମୟରେ ଲୋକମାନେ ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ପଛାଇ ନଥିଲେ। ଫେନିଲଙ୍କ କବଳରୁ ବଞ୍ଚାଇବା ପାଇଁ ଗ୍ରୀଷ୍ମଙ୍କ ଭାଇ ଓ ଦାଦା ବହୁତ ପ୍ରୟାସ କରିଥିଲେ। ହେଲେ ଏହି ସମୟରେ ଫେନିଲ ଗ୍ରୀଷ୍ମଙ୍କ ତଣ୍ଟି କାଟି ଦେଇଥିଲେ। ହତ୍ୟାର ପୁରା ଦୃଶ୍ୟ ମୋବାଇଲ୍‌ରେ ରେକର୍ଡିଂ କରାଯାଇଛି। ଅଭିଯୁକ୍ତ ଫେନିଲ ଗ୍ରୀଷ୍ମଙ୍କ ସହପାଠୀ ଥିଲେ। ଉଭୟ ସ୍କୁଲ୍‌ରେ ସାଙ୍ଗ ହୋଇ ପାଠ ପଢ଼ୁଥିବା ବେଳେ କଲେଜରେ ମଧ୍ୟ ସହପାଠୀ ଥିଲେ। 

Advertisment

ଗ୍ରୀଷ୍ମଙ୍କୁ ହତ୍ୟା କରିବା ପରେ ଫେନିଲ ତାଙ୍କ ଭାଇ ଓ ଦାଦାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଏଥିରେ ସେ ସଫଳ ହୋଇପାରିନଥିଲେ। ଫଳରେ ସେ ବିଷ ପିଇବା ସହ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। 

Murder Valentine's Day One Sided Love Story Youth Murdered Girlfriend
Advertisment
Advertisment