• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାକିରି ! ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ସମସ୍ୟା କହିଲେ ଚଳେ । ସରକାରୀ ଛାଡ଼ନ୍ତୁ ବେସରକାରୀ ଚାକିରି ଖଣ୍ଡିଏ ବି ମିଳୁନି । ଉତ୍ତର ଭାରତୀୟଙ୍କ ଠାରେ ସରକାରୀ ଚାକିରିକୁ ନେଇ ଭିନ୍ନ କ୍ରେଜ୍ ଦେଖିବାକୁ ମିଳେ । ହେଲେ ବିହାରରେ ଏପରି ଏକ ଗାଁ ଅଛି, ଯେଉଁଠାରେ ସ୍ୱାଧୀନତା ପର ଠାରୁ ଜଣେ ହେଲେ ବ୍ୟକ୍ତି ସରକାରୀ ଚାକିରି ପାଇନାହାଁନ୍ତି । ଆଉ ଏବେ ସେହି ରେକର୍ଡ ଭାଙ୍ଗିଛନ୍ତି ଯୁବକ ରାକେଶ କୁମାର ।

ମୁଜାଫରପୁର ଜିଲ୍ଲାରେ କାଟ୍ରା ବ୍ଲକର ସୋହଗପୁର ଗାଁରେ ବର୍ତ୍ତମାନ ଉତ୍ସବର ମାହୋଲ୍‌ । ସ୍ୱାଧୀନତାର ୭୫ ବର୍ଷ ପରେ ରାକେଶ୍ କୁମାର ଗାଁର ଇତିହାସ ଭାଙ୍ଗିଛନ୍ତି । ଏତେ ବର୍ଷରେ କେହି ଜଣେ ବି ତାଙ୍କ ଗାଁରେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ । ଏଥିପାଇଁ ଗାଁ ଲୋକଙ୍କ ମନରେ ଏକ ବଡ଼ ଦୁଃଖ ଥିଲା । ରାକେଶ ଏବେ ସରକାରୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ସେ ସରକାରୀ ଚାକିରି ପାଇବା ପରେ କେବଳ ତାଙ୍କର ବାପାମା’ ନୁହଁନ୍ତି ପୂରା ଗାଁ ଖୁସିରେ ଝୁମି ଉଠିଛି ।

ସୋହଗପୁର ଗାଁରେ ପ୍ରାୟ ୨୦୦୦ ଲୋକ ଅଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କେହି ସରକାରୀ ଚାକିରି ଖଣ୍ଡିଏ ପାଇବାରେ ସଫଳ ହୋଇନାହାଁନ୍ତି । ସ୍ୱର୍ଗତ ରାମଲାଲ ଚୌଧୁରୀଙ୍କ ପୁଅ ରାକେଶ କୁମାର ପ୍ରକୃତ ନିଷ୍ଠା ଏବଂ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିଛନ୍ତି । ରାକେଶ ଗାଁରେ ପାଠପଢ଼ା ପରେ ଆରମ୍ଭ ଦରଭଙ୍ଗା ବିଶ୍ୱବିଦ୍ୟାଳୟରୁ MCom ଅଧ୍ୟୟନ କରିଥିଲେ । ପରେ ସେ ରାଜସ୍ଥାନରୁ B.Ed ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବର୍ତ୍ତମାନ ମୁଜାଫରପୁର ଜିଲ୍ଲାର ବରକୁରବା ପ୍ରାଥମିକ ବିଦ୍ୟାଳୟରେ ରାକେଶ କୁମାରଙ୍କୁ ଶିକ୍ଷକ ରୂପରେ ନିଯୁକ୍ତ କରାଯାଇଛି ।

ତେବେ ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଲୋକମାନେ ବହୁତ ଖୁସି ଅଛନ୍ତି । ଗ୍ରାମବାସୀ କହିଛନ୍ତି , ସ୍ୱାଧୀନତାର ଏତେ ବର୍ଷ ପରେ ରାକେଶ ଆମ ଗାଁର ଟେକ ରଖିଛି । ସେ ଆଗାମୀ ପିଢ଼ି ପାଇଁ ଏବ ବଡ଼ ପ୍ରେରଣା କହିଲେ ଚଳେ ।