/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647658936.jpg)
Yogi Adityanath
ଆସନ୍ତା ୨୫ ତାରିଖରେ ଯୋଗୀ ସରକାରଙ୍କ ଶପଥଗ୍ରହଣ ସମାରୋହ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୁଲଡୋଜର ବାବା ଭାବେ ପରିଚିତ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡ଼ିୟମ୍ରେ ହେବାକୁ ଥିବା ସମାରୋହରେ ଯୋଗୀ ଶପଥ ନେବେ । ଅପରାହ୍ନ ୪ଟାବେଳେ ଯୋଗୀ ଶପଥ ନେବେ ବୋଲି ସୂଚନା ମିଳିଛି । ଏହି ଷ୍ଟାଡିୟମରେ ୫୦ ହଜାର ଲୋକ ବସିବାର ବ୍ୟବସ୍ଥା ହୋଇଛି। ଏଠାରେ ୨୦୦୦ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଯୋଗଦେବେ ବୋଲି ସୂଚନା ମିଳିଛି । ଏପରିକି ବିଏସ୍ପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଉତ୍ତରପ୍ରଦେଶ ରାଜନୈତିକ ଇତିହାସରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩୭ ବର୍ଷ ପରେ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ଅକ୍ତିଆର କରି ବିଜେପି ଲାଗି କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ବୁଲଡୋଜର ବାବା । ଯୋଗୀ ଆଦିତ୍ୟନାଥ ଗୋରଖପୁର ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ। ତେବେ ସେ କେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲେ। ଏପରି କି ଦିଲ୍ଲୀରେ ଦୁଇ ଥର ଏନେଇ ବୈଠକ ମଧ୍ୟ ବସିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗୀଙ୍କ ମନ୍ତ୍ରିମଣ୍ଡଳ ଫାଇନାଲ କରାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ଯୋଗୀ ହୋଲି ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏବେ ଶପଥ ପାଠ ପାଇଁ ଶୁକ୍ରବାର ଧାର୍ଯ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)