Advertisment

ନିର୍ବାଚନ ମଇଦାନକୁ ଓହ୍ଲାଇବେ ଯୋଗୀ, ହେଲେ ନିଷ୍ପତ୍ତି ନେବେ...

ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍‌ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

author-image
Rajalaxmi Sahoo
Yogi Adityanath

Yogi Adityanath

ଲକ୍ଷ୍ନୌ: ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍‌ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଶନିବାର ବରିଷ୍ଠ ସାମ୍ବାଦିକଙ୍କ ସହ ଡିନର୍‌ ସମୟରେ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି। 

Advertisment

ସେ ଆହୁରି ମଧ୍ୟ ଦାବି କରି କହିଛନ୍ତି, ବିଜେପି ୩୦୦ରୁ ଅଧିକ ସିଟ୍‌ରେ ଜିତିବା ସହ ପୂର୍ଣ୍ଣ ବହୁମତ ହାସଲ କରି ପୁଣିଥରେ ସରକାର ଗଠନ କରିବ। ସୂଚନାଥାଉ କି, ୨୦୧୪ ମସିହା ଲୋକସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପରେ ବିଧାନ ପରିଷଦର ସଦସ୍ୟତା ଗ୍ରହଣ କରିଥିଲେ। 

ସାମ୍ବାଦିକଙ୍କ ସହ ଅନୌପଚାରିକ ଆଲୋଚନା ବେଳେ ଯୋଗୀ କହିଥିଲେ,‘ମୁଁ ନିର୍ବାଚନ ଲଢ଼ିବି। କେଉଁ ସିଟ୍‌ରୁ ଲଢ଼ିବି, ସେନେଇ ପାର୍ଟି ନିଷ୍ପତ୍ତି ନେବ।’ ସେ ଆହୁରି ମଧ୍ୟ କହିଥିଲେ, କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ତେବେ ନିର୍ବାଚନ ଠିକ୍‌ ସମୟରେ ହେବା ଆବଶ୍ୟକ।’

Advertisment

ଔପଚାରିକ ଆଲୋଚନା ବେଳେ ବର୍ତ୍ତମାନ ବିଧାୟକଙ୍କୁ ଟିକେଟ୍‌ ନମିଳିବା, ମଥୁରାରୁ ସେ(ଯୋଗୀ ଆଦିତ୍ୟନାଥ) ନିର୍ବାଚନ ଲଢ଼ିବା ଇତ୍ୟାଦି ପ୍ରଶ୍ନ ଯୋଗୀଙ୍କୁ ପଚରା ଯାଇଥିଲା। ଏନେଇ ଯୋଗୀ କହିଥିଲେ, ‘ବିଜେପି ବହୁତ ବଡ଼ ପାର୍ଟି। ବିଭିନ୍ନ ସମୟରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱ ଦିଆଯାଇଥାଏ। ଯଦି କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବିଧାୟକ ଅଛନ୍ତି, ତା’ହେଲେ ସବୁବେଳେ ସେ ବିଧାୟକ କିମ୍ବା ମନ୍ତ୍ରୀ ରହିବେ, ଏହା ଜରୁରୀ ନୁହେଁ। ସବୁ ଦୃଷ୍ଟି କୋଣରୁ ଏହାକୁ ଦେଖିବା ଉଚିତ୍‌। କିଛି ଲୋକ ସଂଗଠନ ପାଇଁ ମଧ୍ୟ କାମ କରିପାରିବେ ବୋଲି ଯୋଗୀ କହିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି ଘୋଷଣାକୁ ନେଇ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଯେଉଁମାନେ ବିଦ୍ୟୁତ୍‌ ଯୋଗାଣ କରି ନାହାନ୍ତି, ସେମାନେ ମାଗଣାରେ ଦେବା କଥା କହିବେ। କାର୍ଯ୍ୟଧାର ଆଧାରରେ ହିଁ ବିଜେପି ୩୦୦ରୁ ଅଧିକ ଭୋଟ୍‌ରେ ଜିତିବ। ବିଜେପି ସବ୍‌କା ସାଥ୍‌-ସବ୍‌କା ବିକାଶ ଆଧାରରେ କାର୍ଯ୍ୟ କରିଥାଏ।’ 

Yogi Adityanath UP Elections
Advertisment
Advertisment