• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଣିକି ଇଥାନଲ୍‌ରେ ଗଡ଼ିବ ଗାଡ଼ି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଇଥାନଲ୍‌ରେ ଚାଳିତ କାର୍‌ ଲଞ୍ଚ କରିଛନ୍ତି । ଫ୍ଲେକ୍ସ ଫୁଏଲ୍‌ ଟୋୟୋଟା ଇନୋଭା ହାଇକ୍ରସ୍‌ ହାଇବ୍ରିଡ୍‌ କାର୍‌କୁ ଲଞ୍ଚ କରିଛନ୍ତି ନିତିନ୍‌ ଗଡ଼କରୀ । ଏହା ୪୦ % ଇଥାନଲ୍‌ ଓ ୬୦ % ଇଲେକ୍ଟିକ୍‌ ଇନ୍ଧନରେ ଚାଲିବ ।

ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନିତିନ ଗଡ଼କରୀ ଏହି କାର୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । ଟୋୟୋଟାର ଏହି ଇନୋଭା ଗାଡ଼ିଟି ୪୦ % ଇଥାନଲ୍‌ ଓ ୬୦ % ଇଲେକ୍ଟିକ୍‌ ଇନ୍ଧନରେ ଚାଲିବ । ଯାହାକି ଅଧିକ ମାଇଲେଜ୍‌ ମଧ୍ୟ ଦେଖାଇବ । ଏହା ଦୁନିଆର ପ୍ରଥମ କାର୍‌ ଯେଉଁଥିରେ ପୁରୁଣା ମଡେଲ୍‌ର ଷ୍ଟାର୍ଟ ବଟମ୍‌ ରହିଛି । ଏହା ମାଇନସ୍‌ ୧୫ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସହଜରେ ଚାଲିବ । ଏଥିରେ ବ୍ୟବହୃତ ହେଉଥିବା ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ।

କୃଷିଜାତ ବର୍ଜ୍ୟରୁ ଇଥାନଲ୍‌ ପ୍ରସ୍ତୁତ ହେଉଛି । ଯେମିତିକି ଆଖୁ, ମକା, ବାର୍ଲି ଇତ୍ୟାଦି । ଏହା ନବୀକରଣ ଯୋଗ୍ୟ ଇନ୍ଧନ । ଏହା ଅନ୍ୟ ଇନ୍ଧନ ତୁଳନାରେ କମ୍‌ ଖର୍ଚ୍ଚ ହୋଇଥାଏ । ଏହା ବାୟୁମଣ୍ତଳକୁ ପ୍ରଦୂଷଣ ମୁକ୍ତ ରଖିଥାଏ । ଆଗକୁ ସମସ୍ତ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନକୁ ସମ୍ପୂର୍ଣ୍ଣ ଇଥାନଲ୍‌ରେ ଚଳାଇବାକୁ ସ୍ୱପ୍ନ ରହିଛି ବୋଲି କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି ।

ଉଭୟ ଇଥାନଲ୍‌ ଓ ଇଲେକ୍ଟ୍ରିରେ ଏହା ଚାଲୁଥିବାରୁ ଏହାକୁ ହାଇବ୍ରିଡ୍‌ ଗାଡ଼ି ବୋଲି କୁହାଯାଉଛି । ଯେଉଁଠି ପେଟ୍ରୋଲ ଲିଟର୍‌ ପିଛା ୧୦୦ ଟଙ୍କା ପଡ଼ୁଥିବା ବେଳେ ଇଥାନଲ୍ ମାତ୍ର ୬୦-୭୦ ଟଙ୍କାରେ ଉପଲବ୍ଧ ହେଉଛି ।

ଫ୍ଲେକ୍ସ ଫୁଏଲ୍‌ ଇନୋଭା ହାଇକ୍ରସ୍‌ ୧୮୬ ପିଏସ ୨ ଲିଟର ଶକ୍ତିଶାଳୀ ହାଇବ୍ରିଡ୍‌ ପେଟ୍ରୋଲ ଇଞ୍ଜିନ ରହିଛି । ଯାହା ୨୦ ପ୍ରତିଶତରୁ ଅଧିକ ଇଥାନଲ ମିଶ୍ରଣରେ ଚାଲିପାରିବ । ପରୀକ୍ଷଣ ସମୟରେ ଏହି କାର୍‌ ଇଲେକ୍ଟ୍ରିକ୍‌ ମୋଡ୍‌ରେ ୪୦ ପ୍ରତିଶତ କିଲୋମିଟର ଓ ୬୦ ପ୍ରତିଶତ ଆଉଟପୁଟ୍‌ ଦେବାରେ ସକ୍ଷମ ।