/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694322279.jpg)
World leaders pay homage to Mahatma Gandhi at Rajghat
ଜି ଟ୍ୱେଣ୍ଟି ଅବସରରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ କଲେ ସାରା ବିଶ୍ୱ ନେତା । ଆଜି ବୈଠକର ଦ୍ୱିତୀୟ ଦିନ ପୂର୍ବରୁ ରାଜଘାଟ ଯାଇ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ଆଜି ସକାଳୁ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ ଜଣକ ପରେ ଜଣେ ରାଷ୍ଟ୍ର ମୁଖ୍ୟ । ସମସ୍ତଙ୍କୁ ରାଜଘାଟରେ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସବୁ ରାଷ୍ଟ୍ରମୁଖ୍ୟଙ୍କୁ ଖଦୀ ବସ୍ତ୍ର ଉପହାର ଦେଇଥିଲେ ମୋଦି । ଜି-20 ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ନେତାମାନେ ଏକତ୍ରିତ ହେବା ପରେ ବାପୁଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ରାମ ଧୂନ ସହ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଗାନ୍ଧିଙ୍କ ସମାଧିସ୍ଥଳରେ ଏତେ ସଂଖ୍ୟାରେ ବିଶ୍ୱନେତାଙ୍କ ଉପସ୍ଥିତି ଏକ ବିରଳ ମୂହୂର୍ତ୍ତି ସୃଷ୍ଟି କରିଥିଲା।...
#WATCH | G 20 in India: Prime Minister Narendra Modi, US President Joe Biden, UK PM Rishi Sunak, Australian PM Anthony Albanese, Canadian PM Justin Trudeau, Russian Foreign Minister Sergey Lavrov and other Heads of state and government and Heads of international organizations… pic.twitter.com/nmGjxJIr3s
— ANI (@ANI) September 10, 2023
ସେପଟେ ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)