• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜନୀତିରେ ପୋଷ୍ଟର ଚିରା ଏକ ସାଧାରଣ କଥା । ଆଉ ସେହି ପୋଷ୍ଟର ଚିରାକୁ ନେଇ ଗଣ୍ଡଗୋଳ ମଧ୍ୟ ସାଧାରଣ ଘଟଣା । ଏମିତିକି ପୋଷ୍ଟର ଚିରାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ପରସ୍ପର ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ପୋଷ୍ଟର ଚିରିଦେଲା ବୋଲି କୁକୁର ନାଁରେ ଥାନାରେ ଏତଲା ।

ଆଜ୍ଞା ହଁ । ଏହା ସତ । ଗୋଟିଏ ମହିଳା ଗୋଷ୍ଠି ତଥା ଜଣେ ମହିଳା ନେତ୍ରୀ ଏକ କୁକୁର ନାଁରେ ଥାନ୍ତାରେ ଏତଲା ଦେଇଛନ୍ତି । କାରଣ କୁକୁରଟି କାନ୍ଥରେ ଲାଗିଥିବା ତାଙ୍କ ନେତାଙ୍କ ଫଟୋକୁ କାମୁଡ଼ି ଚିରି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ । ଆଉ କାନ୍ଥରେ ଲାଗିଥିବା ନେତାଙ୍କ ଫଟୋ ହେଉଛି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।

ଅଧିକ ପଢ଼ନ୍ତୁ: ବିଲେଇ ପାଇଁ ହଟହଟା, ଥାନାରେ ଏତଲା...

କାନ୍ଥରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଏକ କୁକୁର କାମୁଡ଼ି ଛିଡ଼ାଉଥିବା ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି । ତାକୁ ଦେଖିବା ପରେ ତେଲୁଗୁ ଦେଶମ ପାର୍ଟିର ଜଣେ ନେତ୍ରୀ ଦଶାରୀ ଉଦୟଶ୍ରୀ ବିଜୟୱାଡ଼ା ପୋଲିସ ଥାନାରେ କୁକୁର ବିରୋଧରେ ଏତଲା ଦେଇଛନ୍ତି । ଏହାସହ କୁକୁର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ମହିଳା ନେତ୍ରୀ ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କୁକୁରଟି ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଏଭଳି କାମୁଡ଼ି ଚିରିବା ଉଚିତ୍‌ ନଥିଲା । ତେଣୁ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ । ସୂଚନାଯୋଗ୍ୟ, ଏହି ମହିଳା ନେତ୍ରୀ ଜଣକ ହେଉଛନ୍ତି ବିରୋଧୀ ଦଳର । ଆନ୍ଧ୍ର ପଦେଶରେ ଏବେ ୱାଇଏ ଏସ୍ ଜଗ୍ଗନ ରେଡ୍ଡିଙ୍କ YSR କଂଗ୍ରେସ ଦଳର ସରକାର ଚାଲିଛି ।

ଅନ୍ୟପଟେ ନିକଟରେ ଏଡିଆର୍‌ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦେଶର ଧନୀ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ରହିଛି । ଆଉ ଏହି ତାଲିକାର ଏକ ନମ୍ବର ସ୍ଥାନରେ ଜଗ୍ଗନ ମୋହନ ରେଡ୍ଡିଙ୍କ ରହିଛି । ଯେବେଠୁ ଏହି ତାଲିକା ପ୍ରକାଶ ପାଇଛି, ସେବେଠୁ ଜଗ୍ଗନ ରେଡ୍ଡି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସାରା ଦେଶର ଓ ସବୁ ରାଜନୈତିକ ଦଳର ନଜର ଏବେ ଜଗ୍ଗନଙ୍କ ଉପରେ ରହିଛି ।