Advertisment

ପାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା, କହିଲେ ଶାନ୍ତି ମିଳିଲା

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିକି ଥିଲେ ଜଣେ ମହିଳା। ହସ୍‌ପିଟାଲ୍‌ରେ ଦେଖାହେବା ମାତ୍ରେ ଫୋପାଡିଲେ ଚପଲ। କହିଲେ ମୁଣ୍ଡରେ ବାଜିଥିଲେ ଠିକ ହୋଇଥାନ୍ତା।

author-image
Pramod Behera
ଅଦ୍ୟତନ ହୋଇଛି
Woman throws chappals at Partha Chatterjee

Woman throws chappals at Partha Chatterjee

ପଶ୍ଚିମବଙ୍ଗରେ ଖେଳିଯାଇଛି ହଇଚଇ। ଜଣେ ମହିଳା ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ପକେଇବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାରେ। ଏସ୍‌ଏସ୍‌ସି ସ୍କାମ୍‌ରେ ଫଶିଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ESI ଡାକ୍ତରଖାନାକୁ ଅଣାଯାଇଥିଲା। ସେ ହସ୍‌ପିଟାଲ୍‌ରୁ ବାହାରକୁ ଯାଉଥିବାବେଳେ ହଠାତ୍ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। କୁହାଯାଉଛି ଯେ ମହିଳା ଜଣକ ନିଜ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆକ୍ରମଣକାରୀ ମହିଳା କହିଛନ୍ତି ଯେ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି।

Advertisment

ପ୍ରକାଶଥାଉ ଯେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟି ନଗଦ ଟଙ୍କା ମିଳିଥିଲା। ଏହା ପରେ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା। ପ୍ରତି ୪୮ ଘଣ୍ଟାରେ ତାଙ୍କର ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଉଛି। ଏହି କ୍ରମରେ ଇଡି ଅଧିକାରୀମାନେ କୋଲକାତା ଡାକ୍ତରଖାନା ଯାଇଥିଲେ। ଡାକ୍ତରୀ ପରୀକ୍ଷା ପରେ ପାର୍ଥ ଚାଟାର୍ଜୀ ଡାକ୍ତରଖାନା ଛାଡୁଥିବା ବେଳେ ଜଣେ ମହିଳା ତାଙ୍କ ଉପରକୁ ଚପଲ ପକେଇଥିଲେ।

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଏହି ମହିଳାଙ୍କ ନାଁ ହେଉଛି ଶୁଭ୍ରା ଘଡୁଇ। ସେ ୨୪ ପ୍ରଗଣା ଜିଲ୍ଲାର ଅମତାର ବାସିନ୍ଦା। ଯେତେବେଳେ ଗଣମାଧ୍ୟମ ଶୁଭ୍ରାଙ୍କୁ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ପକେଇବାର କାରଣ ପଚାରିଲା, ସେ କହିଥିଲେ ଯେ "ଆପଣମାନେ ଜାଣନ୍ତି ନାହିଁ? ସେ ଏତେ ଗରିବ ଲୋକଙ୍କ ଟଙ୍କା ଲୁଟି ନେଇଛନ୍ତି, ଫ୍ଲାଟ୍‌ କିଣିଛନ୍ତି ଏବଂ ଆପଣ ମୋତେ ଏହାର କାରଣ ପଚାରୁଛନ୍ତି। ତାଙ୍କୁ ଶୀତତାପ ନିୟନ୍ତ୍ରିତ କାରରେ ନିଆଯାଉଛି। ତାଙ୍କ ବେକରେ ଦଉଡି ପକେଇ ଟାଣି ନିଆଯିବା ଉଚିତ। ମୁଁ ବେଶି ଖୁସି ହୋଇଥାନ୍ତି ଯଦି ଚପଲଟି ତାଙ୍କ ମୁଣ୍ଡରେ ବାଜିଥାନ୍ତା।”

Advertisment

ସେ ଆହୁରି ମଧ୍ୟ କହିଥିଲେ, “ମୁଁ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିଥିଲି, ଚପଲ ପକେଇ ମତେ ଶାନ୍ତି ମିଳିଲା। ଯଦି ଚପଲ ତାଙ୍କ ଉପରେ ଜୋର୍‌ରେ ପଡିଥାନ୍ତା ତେବେ ଭଲ ହୋଇଥାନ୍ତା।" ଏହା ପରେ ମହିଳା ଜଣଙ୍କ ପ୍ରଶ୍ନ କରିଥିଲେ ଯେ “ଆପଣମାନେ କ’ଣ ଫୁଲମାଳ ଦେଇ ସ୍ୱାଗତ କରିବାକୁ ଚାହୁଁଛ କି?” ମହିଳା ଜଣକ କହିଛନ୍ତି ଯେ ସେ ଏବେ ଖାଲି ପାଦରେ ହିଁ ଘରକୁ ଯିବେ।

ଶୁଭ୍ରା ଏହା ମଧ୍ୟ କହିଛନ୍ତି, "ଅନେକ ଲୋକଙ୍କ ଥାଳିରେ ଖାଦ୍ୟ ନାହିଁ, ସେ ଚାକିରୀ ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ। କିତ୍ନୁ ପରେ ସେ ଉପଭୋଗ କରିଥିଲେ, ଫ୍ଲାଟ କିଣିଥିଲେ। ଏହା କେବଳ ମୋର କ୍ରୋଧ ନୁହେଁ ବରଂ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଲୋକଙ୍କର କ୍ରୋଧ।"

କୁହାଯାଉଛି ଯେ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଥିଲେ ପାର୍ଥ ଚାଟାର୍ଜୀ ଆସିବା ପରେ ସୁରକ୍ଷା କାରଣରୁ ଲୋକଙ୍କ ଚିକିତ୍ସା ବନ୍ଦ ହୋଇଯାଏ। ଲୋକଙ୍କୁ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ। ଏହା ତାଙ୍କୁ କ୍ରୋଧିତ କରିଥିଲା। ଜଣେ ଭ୍ରଷ୍ଟାଚାରୀଙ୍କୁ ଭିଆଇପି ସେବା ଦିଆଯାଉଛି ବୋଲି ସେ କହିଛନ୍ତି।

National News Partha Chatterjee
Advertisment
Advertisment