Advertisment

Video: ଗର୍ଲଫ୍ରେଣ୍ଡ୍‌ ସହ ଝଗଡ଼ା ପରେ ବ୍ରେକ୍‌ଅପ୍‌, ରାଗିକି ଛୁରୀ ଭୁସି ଦେଲା ବୟଫ୍ରେଣ୍ଡ୍‌...

ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ପ୍ରେମିକା। ହେଲେ ବ୍ରେକ୍‌ଅପ୍‌କୁ ସହ୍ୟ କରିପାରି ନଥିଲେ ପ୍ରେମିକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Stabbed By Ex Boyfriend After Breaking Up With Him

Woman Stabbed By Ex Boyfriend After Breaking Up With Him

୫ ବର୍ଷ ଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହଠାତ୍‌ ସମ୍ପର୍କରେ ସୃଷ୍ଟି ହେଲା ଫାଟ। କୌଣସି କାରଣକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ପ୍ରେମିକା। ହେଲେ ବ୍ରେକ୍‌ଅପ୍‌କୁ ସହ୍ୟ କରିପାରି ନଥିଲା ପ୍ରେମିକ। ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ପ୍ରେମିକ। ଯୋଜନା ମୁତାବକ, ପ୍ରେମିକାକୁ ଘରୁ ବାହାରକୁ ଡାକି ତାଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ଉତ୍ତର ଦିଲ୍ଲୀରେ ଏହି ଘଟଣା ଘଟିଛି। ସୌଭାଗ୍ୟବଶତଃ, ଯଦିଓ ଯୁବତୀଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଜଗଜୀବନ ରାମ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ସୂଚନା ଅନୁସାରେ, ୨୨ ବର୍ଷୀୟ ସୁଖ୍‌ବିନ୍ଦର ଓ ସମ୍ପୃକ୍ତ ଯୁବତୀ ୫ ବର୍ଷ ଯାଏ ରିଲେସନଶିପ୍‌ରେ ଥିଲେ। ଯୁବତୀ ଜଣକ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରୀ। ସୁଖ୍‌ବିନ୍ଦରଙ୍କ ସହ ଝଗଡ଼ା ହେବାପରେ ଯୁବତୀ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଆଉ ଏଥିରେ ରାଗି ଯାଇଥିଲା ସୁଖ୍‌ବିନ୍ଦର। ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ସେ ପ୍ଲାନ୍‌ କରିଥିଲା। 

Advertisment

ଯୋଜନା ମୁତାବକ, ସୋମବାର ଅପରାହ୍ଣରେ ସୁଖ୍‌ବିନ୍ଦର, ପ୍ରେମିକାକୁ ତାଙ୍କ ଘର ଦିଲ୍ଲୀର ଆଦର୍ଶ ନଗର ନିକଟକୁ ଡାକିଥିଲା। ଏହାପରେ ପ୍ରେମିକାକୁ ବାରମ୍ବାର ସେ ଛୁରୀରେ ଆକ୍ରମଣ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଛି। ଭିଡିଓରେ ଦେଖିବାକୁ ମିଳିଛି, ଉଭୟ ଲେନ୍‌ରେ ଚାଲି ଚାଲି କଥା ହୋଇ ଯାଉଛନ୍ତି। ଅଳ୍ପ ସମୟ ପରେ, ସୁଖ୍‌ବିନ୍ଦର ପ୍ରେମିକାକୁ ବାରମ୍ବାର ଛୁରୀ ଭୁସି ଥିଲା।

ଘଟଣା ପରେ ସୁଖ୍‌ବିନ୍ଦର ଅମ୍ବାଲାକୁ ପଳାଇ ଯାଇଥିଲା। ଦିଲ୍ଲୀ ଫେରୁଥିବା ବେଳେ ଗତକାଲି ପୋଲିସ୍‌ ତାକୁ ଗିରଫ କରିଥିଲା। ହତ୍ୟା ଉଦ୍ୟମ ନେଇ ସୁଖ୍‌ବିନ୍ଦର ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Attack
Advertisment
Advertisment