/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726570270.jpg)
woman sarpanch delivers speech in fluent English
ମହିଳା ସରପଞ୍ଚଙ୍କୁ ନେଇ ଭିନ୍ନ ଧାରଣା ରହିଥିବା ଦେଖାଯାଏ । ଶିକ୍ଷାଗତ ଯୋଗ୍ୟତା, ପଦ ଅନୁସାରେ ଦାୟିତ୍ୱ ନିର୍ବାହକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ପରିବାରର ମହିଳା ସଦସ୍ୟ ସରପଞ୍ଚ ନିର୍ବାଚିତ ହୋଇଥିଲେ, ସଂପର୍କୀୟ ପୁରୁଷ ସମସ୍ତ ଦାୟିତ୍ୱ ତୁଲାଇବା ଅଭିଯୋଗ ମଧ୍ୟ ହୁଏ । ମାତ୍ର ଏବେ ଚର୍ଚ୍ଚାରେ ରହିଛନ୍ତି ଜଣେ ମହିଳା ସରପଞ୍ଚ । ମଞ୍ଚରେ ସମସ୍ତଙ୍କ ସାମ୍ନାରେ ଇଂରାଜୀରେ ଭାଷଣ ଦେଇ କମାଲ କରିଛନ୍ତି ଏହି ସରପଞ୍ଚ ଜଣଙ୍କ। ଏମିତିକି ଏହି ମହିଳା ସରପଞ୍ଚଙ୍କ ଇଂରାଜୀ ଭାଷଣ ଶୁଣି ଚକିତ ହୋଇଯାଇଛନ୍ତି ଖୋଦ୍ ଜିଲ୍ଲାପାଳ ।
ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ । ମଞ୍ଚ ପ୍ରସ୍ତୁତ ଥିଲା ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାର ଜିଲ୍ଲାପାଳ IAS ଅଫିସର ଟିନା । ଆଉ ଭାଷଣ ଆରମ୍ଭ କରିଥିଲେ ମହିଳା ସରପଞ୍ଚ ସୋନୁ କନୱାର । ସରପଞ୍ଚଙ୍କ ଇଂରାଜୀ ଭାଷଣ ଶୁଣି ପ୍ରଶଂସା ନ କରି ରହିପାରିନଥିଲେ ଜିଲ୍ଲାପାଳ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପାରମ୍ପରିକ ରାଜସ୍ଥାନୀ ବସ୍ତ୍ର ପରିଧାନ କରି ଇଂରାଜୀରେ ଭାଷଣ ରଖିଥିଲେ କନୱାର । ଭାଷଣ ଆରମ୍ଭରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଇଂରାଜୀରେ କହିଥିଲେ, "କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ବହୁତ ଖୁସି । ପ୍ରଥମତଃ ଆମ ଜିଲ୍ଲାପାଳ ଟିନା ମ୍ୟାମଙ୍କୁ ସ୍ୱାଗତ କରୁଛି । ଏହା ଆମ ପାଇଁ ସମ୍ମାନର ବିଷୟ । ନିଜ ଭାଷଣରେ ଜଳ ସଂରକ୍ଷଣ ପ୍ରସଙ୍ଗ ଉଠାଇ ପ୍ରଶଂସା ସାଉଣ୍ଟିଥିଲେ ସରପଞ୍ଚ । ଇଂରାଜୀ ଭାଷଣ ଭିଡିଓକୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରୁଛନ୍ତି ୟୁଜର୍ସ । ଫଳରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
बाड़मेर में IAS टीना डाबी @dabi_tina के सामने जब राजपूती पोशाक और घूँघट में जालीपा महिला सरपंच सोनू कँवर ने जब अपना उद्बोधन अंग्रेज़ी से शुरू किया तो उपस्थित सब लोग चौंक गए और टीना डाबी के चेहरे की मुस्कान बयां कर रही है l..
जिला कलेक्टर खुद को ताली बजाने से नही रोक पाए pic.twitter.com/fLYuo0gqJo— Kailash Singh Sodha (@KailashSodha_94) September 14, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)