Advertisment

Allu Arjun Granted Bail: ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ; ତେଲେଙ୍ଗାନା ହାଇକୋର୍ଟରୁ ମିଳିଲା ଜାମିନ

ଫ୍ୟାନ୍‌ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ।

undefined

Allu Arjun Granted Bail

Advertisment

ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହଲଚଲ୍। ପୁଷ୍ପା-ଟୁ ସ୍ପେଶାଲ ସୋ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି ଅଲ୍ଲୁଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ତଳ କୋର୍ଟରୁ ମିଳିଥିଲା ଝଟକା। ତଳ କୋର୍ଟ ଅଲୁଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ଭିତରେ ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁଙ୍କୁ ଏ ମାମଲାରେ ଜାମିନ୍ ମିଳିଯିବା ପରେ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ।

Advertisment

ଫ୍ୟାନ୍‌ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ। ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପା ଟୁ ଦଳାଚକଟା ଘଟଣାରେ ଗିରଫ ହୋଇ ଆନର କାଠଗଡ଼ାକୁ ଟାଣି ହୋଇ ଯାଇଥିବା ସାଉଥ୍ ସେନସେସନ ଅଲ୍ଲୁଙ୍କୁ ସାରା ଦେଶରେ ହଲଚଲ। ଗୋଟେପଟେ ହଜାରେ କୋଟି କ୍ଲବ୍ ପାର ହୋଇ ପୁଷ୍ପା ଟୁ ଏବେ ହାଉସଫୁଲ ଚାଲୁଥିବା ବେଳେ ଅନ୍ୟପଟେ ହାଇଦ୍ରାବାଦର ସଂଧ୍ୟା ଥିଟଏଟରରେ ପୁଷ୍ପା ଟୁ ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଲ୍ଲୁଙ୍କ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ। ଏ ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ ଆଜି ଅଲ୍ଲୁଙ୍କୁ ତାଙ୍କ ହାଇଦ୍ରାବାଦ ବାସଭବନରୁ ଉଠାଇ ନେଇଥିଲା ତେଲେଙ୍ଗାନାର ଚିକଡପଲ୍ଲୀ ପୋଲିସ। ଆଉ ଏ ଖବର ଜାତୀୟ ଗଣମାଧ୍ୟମରେ ବିଜୁଳି ବେଗରେ ପ୍ରଚାର ପରେ ସାରା ଦେଶରେ ଅଲ୍ଲୁଙ୍କ ଫ୍ୟାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସମ୍ଭବ ପ୍ରତିକ୍ରିୟା। ଏପରିକି ଅଲ୍ଲୁଙ୍କ ଅଜାଣତରେ ଘଟିଥିବା ଭୁଲ ପାଇଁ ତାଙ୍କୁ କ୍ଷମା କରିଦିଆଯାଉ ବୋଲି ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଅଧିକ ପଢନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Advertisment

ତେବେ ଅଲ୍ଲୁଙ୍କ ଭୁଲ୍ କେଉଁଠି ଏବଂ କଣ ପାଇଁ ତାଙ୍କୁ ଗିରଫ କଲା ପୋଲିସ। ଗତ ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନ ଅଭିନୀତ ବହୁ ଚର୍ଚ୍ଚିତ ପୁଷ୍ପା ଟୁ ଫିଲ୍ମର ପ୍ରିମିୟର ସୋ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଆୟୋଜନ ହୋଇଥିଲା। ଏହି ସୋରେ ସାମିଲ ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ। ସଂଧ୍ୟା ଥିଏଟରରେ ଅଲ୍ଲୁଙ୍କ ଉପସ୍ଥିତି ପରେ ସୃଷ୍ଟି ହୋଇଥିଲା ଅସମ୍ଭାଳ ଭିଡ। ହଜାର ହଜାର ସଂଖ୍ୟାରେ ଫ୍ୟାନ୍ ଓ ଫଲ୍ଲୋଅର, ଅଲ୍ଲୁଙ୍କ ଝଲକ ପାଇବାକୁ ଉଦ୍ୟମ କରିବା ଭିତରେ ସୃଷ୍ଟି ହୋଇଥିଲା ଦଳାଚକଟା ସ୍ଥିତି। ପ୍ରବଳ ଜନଗହଳି ଭିତରେ ଦଳାଚକଟାର ଶିକାର ହୋଇ ଏମ ରେବତୀ ନାମ୍ନୀ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ମହିଳାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏ ଘଟଣା ପରେ ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଅଲ୍ଲୁଙ୍କ ନାଁରେ ତେଲେଙ୍ଗାନା ଚିକଡପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ତାଙ୍କ ବିରୋଧରେ ବିଏନଏନସର ଧାରା ୧୦୫ରେ ମାମଲା ରୁଜୁ ହୋଇଥିଲା। ସେହି ଅନୁସାରେ ଚିକଡପଲ୍ଲୀ ପୋଲିସ ହାଇଦ୍ରାବାଦ ସ୍ଥିତ ଅଲ୍ଲୁଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ଅଲ୍ଲୁଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ପ୍ରତ୍ରିକ୍ରିୟା ପ୍ରକାଶ ପାଇଥିବା ବେଳେ ତେଲେଙ୍ଗାନା ପୋଲିସ କହିଛି, ସଂଧ୍ୟା ଥିଏଟରରେ ହୋଇଥିବା ପ୍ରିମିୟର ସୋକୁ ଯିବା ଲାଗି ଅଲ୍ଲୁ ପୋଲିସକୁ କୌଣସି ଆଗୁଆ ସୂଚନା ଦେଇନଥିଲେ। ସେହିଭଳି ସଂପୃକ୍ତ ଥିଏଟର ପକ୍ଷରୁ ମଧ୍ୟ ଅଲ୍ଲୁଙ୍କ ଉପସ୍ଥିତି ନେଇ କୌଣସି ଅନୁମତି ନିଆଯାଇନଥିଲା। ଅଲ୍ଲୁଙ୍କ ପାଇଁ ହେବାକୁ ଥିବା ପ୍ରବଳ ଗହଳି ଲାଗି ଥିଏଟର କର୍ତ୍ତୃପକ୍ଷ ମଧ୍ୟ କୌଣସି ବ୍ୟବସ୍ଥା କରିନଥିଲେ। ଯାହାଫଳରେ ଦଳଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ସେପଟେ ଏ ଘଟଣା ପରେ ଅଲ୍ଲୁ ନିଜେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରି, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଥିଲେ। ତେବେ ଆଇନ୍ ଆଖିରେ ଅଭିଯୁକ୍ତ ହୋଇ ସାରିଥିବା ଅଲ୍ଲୁ ଅର୍ଜୁନଙ୍କ ଏ ସମବେଦନାପୂର୍ଣ୍ଣ ଘୋଷଣା, ତାଙ୍କ ଗିରଫଦାରୀକୁ ଅଟକାଇ ପାରିନଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତାଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରିଥିଲା ତେଲେଙ୍ଗାନା ପୋଲିସ। ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ସେପଟେ ମାମଲା ଖାରଜ ପାଇଁ ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ ଅଲ୍ଲୁ ଅର୍ଜୁନ।

ଅଧିକ ପଢନ୍ତୁ: 'ପୁଷ୍ପା ୨' ଦେଖିବାକୁ ଯାଇଥିଲେ ଯୁବକ; ହଲ୍‌ର କ୍ୟାଣ୍ଟିନ ମାଲିକ ତାଙ୍କ କାନ କାମୁଡ଼ିଦେଲେ

Allu Arjun Bail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ