Advertisment

ଅନ୍‌ଲାଇନ୍‌ରେ ବିରିୟାନୀ ଅର୍ଡର କଲେ ଯୁବତୀ, ଖାଇବାର କିଛି ଘଣ୍ଟା ପରେ ଚାଲିଗଲା ଜୀବନ...

ଅନ୍‌ଲାଇନ୍‌ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Orders Biryani Online, Dies After Eating It

Woman Orders Biryani Online, Dies After Eating It

ଆଜିକାଲି ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ଏତେ ସହଜ ହୋଇଗଲାଣି, ଅଳ୍ପ ସମୟ ମଧ୍ୟରେ ଖାଦ୍ୟ ଆସି ଲୋକଙ୍କ ପାଖରେ ପହଞ୍ଚିପାରୁଛି। ହେଲେ ଅନେକ ସମୟରେ ଖାଇବାକୁ ନେଇ ଗ୍ରାହକମାନେ ଅଭିଯୋଗ ଆଣୁଛନ୍ତି। କେଉଁଠି ଖାଦ୍ୟର ଟେଷ୍ଟ୍‌ ଖରାପ ତ ଆଉ କେଉଁଠି ଖାଦ୍ୟର ପରିମାଣ କମ୍‌, ଏଭଳି ଅଭିଯୋଗ ବହୁତ ଆସୁଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଅନ୍‌ଲାଇନ୍‌ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଯୁବତୀ ଜଣକ କେରଳର ଏକ ଲୋକାଲ୍‌ ହୋଟେଲ୍‌ରୁ ‘Kuzhimanthi’(କେରଳର ଏହା ଏକ ପ୍ରକାର ବିରିୟାନୀ) ଅର୍ଡର କରିଥିଲେ। ତେବେ ଏହାକୁ ଖାଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଡିସେମ୍ବର ୩୧ରେ ପେରୁମ୍ବାଲାର ଅଞ୍ଜୁ ଶ୍ରୀପାର୍ବତୀ କାସାରାଗଡ୍‌ ସ୍ଥିତ ରୋମାନସିଆ ହୋଟେଲ୍‌ରୁ ଅନ୍‌ଲାଇନ୍‌ରେ ‘Kuzhimanthi’ ଅର୍ଡର କରିଥିଲେ। ଏହାକୁ ଖାଇବାର କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ମାଙ୍ଗାଲୁରୁର ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଫୁଡ୍‌ ପଏଜନିଂ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଏନେଇ ଅଞ୍ଜୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାର କ୍ରମେ ପୋଲିସ୍‌ ମାମଲା ରୁଜୁ କରିଛି। ଫୋରେନ୍‌ସିକ୍‌ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ୍‌ କହିଛି। ଅନ୍ୟପକ୍ଷେ, ଘଟଣାର ତଦନ୍ତ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସେ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଷାକ୍ତ ଖାଦ୍ୟ ଅଭିଯୋଗରେ ଉକ୍ତ ହୋଟେଲ୍‌ର ଲାଇସେନ୍ସ ବାତିଲ୍‌ ହୋଇପାରେ ବୋଲି ଜଣାପଡ଼ିଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ କୋଟ୍ଟାୟମ ମେଡିକାଲ୍‌ କଲେଜର ଜଣେ ନର୍ସ କୋଝିକୋଡ୍‌ର ଏକ ସ୍ଥାନରୁ ଖାଦ୍ୟ ଖାଇବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। 

Food Poisoning Food Poisoning Deaths
Advertisment
Advertisment