• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା ଅଧିକାରୀଙ୍କ ପାଇଁ ଚକାଚକ୍‌ ହୋଇଗଲା ଡିପୋ । ରାଜସ୍ଥାନର ସିକର ଡିପୋ ପ୍ରଥମ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛି । ଜୁନ୍ ଏବଂ ଜୁଲାଇ ମାସରେ ସିକର ଡିପୋ ପ୍ରଥମ ସ୍ଥାନରେ ରହିଛି । ମହିଳା ଅଧିକାରୀ ମୁନକେସ୍‌ ଲାମ୍ବାଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଛି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସିକର ଡିପୋର ସ୍ଥିତି ବଦଳାଇ ଦେଇଛନ୍ତି ସେ । ହେଲେ ଏଥିପାଇଁ କର୍ମଚାରୀ ସେ ସମସ୍ତ ଶ୍ରେୟ କର୍ମଚାରୀ ମାନଙ୍କୁ ଦେଇଛନ୍ତି । ତଥାପି ମାଡାମ୍‌ ପାଇଁ ଏପରି ସଫଳତା ମିଳିଛି ବୋଲି ଜନତା କହୁଛନ୍ତି ।

ସିକର ଡିପୋ ପୂର୍ବରୁ ଅବ୍ୟବୃହତ ଅବସ୍ଥାରେ ପଡ଼ି ରହିଥିଲା । କାଁ ଭାଁ ଗାଡ଼ି ଯିବାଆସିବା କରୁଥିଲା । ପୂର୍ବରୁ କେବେ ଏକ ନମ୍ବର ସ୍ଥାନରେ ଆସିନଥିବା ଏହି ଡିପୋ ଏବେ ଲଗାତାର ତିନି ମାସ ଧରି ପ୍ରଥମରେ ରହିଛି । ମହିଳା ଅଧିକାରୀ ଜଣକ ୩୨ ତମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଞ୍ଚାଇବା ପାଇଁ କମ୍‌ ପରିଶ୍ରମ କରିନାହାନ୍ତି । ତେବେ ସେ ଏଥିପାଇଁ ଶ୍ରେୟ ନେବାକୁ ଆଦୌ ରାଜି ନୁହଁନ୍ତି ।

ରାଜ୍ୟରେ ୫୩ଟି ରୋଡୱେଜ୍‌ ଡିପୋ ସଂଚାଳିତ ହେଉଛି । ଯେଉଁଠାରୁ ପ୍ରତିଦିନ ହଜାର ହଜାର ବସ୍ ଚଳାଚଳ କରୁଛି । କିଛି ମାସ ପୂର୍ବରୁ ସିକର ଡିପୋର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ଠିକ୍ ସମୟରେ କୌଣସି ବସ୍‌ ଚାଲୁନଥିବା ବେଳେ ଯାତ୍ରୀ ବି ଆସୁନଥିଲେ । ଏହା ପରେ ଗତ ବର୍ଷ ଅକ୍ଟୋବରରେ ମୁନକେସ୍‌ ଲାମ୍ବାଙ୍କୁ ଏଠାରେ ମୁଖ୍ୟ ପରିଚାଳକ କରାଯାଇଥିଲା । ତେବେ ସେ କାର୍ଯ୍ୟଭାର ସମ୍ଭାଳିବା ସମୟରେ ସିକର ଡିପୋ ରାଜ୍ୟରେ ୩୨ତମ ସ୍ଥାନରେ ରହିଥିଲା ।

ସେ କାର୍ଯ୍ୟରେ ଯୋଗଦେବା ପରେ କାମ ଆରମ୍ଭ ହୋଇଯାଇଥିଲା । ମାର୍ଚ୍ଚ ସୁଦ୍ଧା ଚତୁର୍ଥ ସ୍ଥାନକୁ ଆସିଯାଇଥିଲା ଡିପୋ । କ୍ରମାଗତ ମନିଟରିଂ, ବସ୍ ରୁଟ୍ ବଢ଼ାଇବା ସହ ଦିନରାତି କାମ କରିବା ପରେ ମେ ମାସରେ ସିକର୍‌ ଡିପୋକୁ ପ୍ରଥମ ସ୍ଥାନକୁ ଆଣିପାରିଥିଲେ ଏହି ମହିଳା ଅଧିକାରୀ ଜଣକ ।

ଏହା ପରେ ଜୁନ୍ ଏବଂ ଜୁଲାଇରେ ମଧ୍ୟ ସିକର୍ ଡିପୋ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ପ୍ରଥମ ଥର ପାଇଁ ଏହା କ୍ରମାଗତ ତିନିମାସ ପାଇଁ ପ୍ରଥମ ସ୍ଥାନରେ ରହିଛି । ସିକର ଡିପୋର ଅବସ୍ଥା କେତେ ଖରାପ ଥିଲା, ଏହାର ମାସିକ ରାଙ୍କିକ୍‌ରୁ ତାହା ଆକଳନ କରାଯାଇପାରିବ ।