Advertisment

Aunt Marries Nephew: ପରିବାରକୁ ଭୁଲିଗଲା ପ୍ରେମରେ ଅନ୍ଧ ଖୁଡ଼ୀ, ଏମିତି କହିଲା ସ୍ବାମୀ...

ବିହାରର ଜମୁଇ ଜିଲ୍ଲାର ଶିଖେରିଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଜୁନ ୨୦ ତାରିଖରେ ଏକ ସ୍ଥାନୀୟ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ସମ୍ପର୍କୀୟ ପୁତୁରା ସଚିନ ଦୁବେଙ୍କୁ ସେ ବିବାହ କରିଥିଲେ। ଦୁଇ ବର୍ଷ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ପରିବାରଙ୍କ ଉପସ୍ଥିତିରେ ବିବାହ ହୋଇଥିଲା।

ଅଦ୍ୟତନ ହୋଇଛି
aunt

aunt

Advertisment

କୁହାଯାଏ ପ୍ରେମ ଅନ୍ଧ । ଏହାର ଏକ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ଆୟୁଷୀ କୁମାରୀ ନାମ୍ନୀ ଜଣେ ମହିଳା ନିଜ ସ୍ବାମୀ ଓ ପରିବାରକୁ ଛାଡି ପୁତୁରାକୁ ବିବାହ କରିଛନ୍ତି। ସ୍ବାମୀ ଓ ଝିଅର ଉପସ୍ଥିତିରେ ଆୟୁଷୀଙ୍କ ମଥାରେ ସିନ୍ଦୂର ଦେଇଥିଲା ପୁତୁରା । ଏହି ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଆସି ବେକ କାଟି ଦେଲା ଚୋର

ବିହାରର ଜମୁଇ ଜିଲ୍ଲାର ଶିଖେରିଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଜୁନ ୨୦ ତାରିଖରେ ଏକ ସ୍ଥାନୀୟ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ସମ୍ପର୍କୀୟ ପୁତୁରା ସଚିନ ଦୁବେଙ୍କୁ ସେ ବିବାହ କରିଥିଲେ। ଦୁଇ ବର୍ଷ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ପରିବାରଙ୍କ ଉପସ୍ଥିତିରେ ବିବାହ ହୋଇଥିଲା।

ପୂର୍ବରୁ ଆୟୁଷୀ ୨୦୨୧ରେ ବିଶାଲ ଦୁବେଙ୍କୁ ବିବାହ କରିଥିଲେ। ଉଭୟଙ୍କ ୩ ବର୍ଷର ଝିଅ ମଧ୍ୟ ରହିଛି। ତେବେ ଆୟୁଷୀ ଓ ସଚିନଙ୍କ ପ୍ରେମ ସମ୍ପର୍କ ସୃଷ୍ଟି ହେବା ପରେ ଏଭଳି ଘଟଣା ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରୁ ପରିଚୟ ଆରମ୍ଭ ହୋଇଥିଲା। ଚାଟିଂରୁ ଆରମ୍ଭ ହୋଇ ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା। ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ସ୍ବାମୀ ଓ ଝିଅକୁ ଛାଡି ଫେରାର ହୋଇ ଯାଇଥିଲା ଆୟୁଷୀ।

Advertisment

ଆୟୁଷୀଙ୍କ ପକ୍ଷରୁ ସ୍ବାମୀ ଓ ଶାଶୁ ଘର ଲୋକଙ୍କ ନାରେ ନିର୍ଯାତନା ଅଭିଯୋଗ ମଧ୍ୟ ଅଣା ଯାଇଥିଲା। ତେବେ ପ୍ରଥମ ସ୍ବାମୀ ବିଶାଲ ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଆୟୁଷୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଓଲଟା ଆୟୁଷୀ ତାଙ୍କ ମା’ଙ୍କ ସହ ଖରାପ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା; ଅଭିଯୁକ୍ତ ଫେରାର୍...

Bihar Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ