Advertisment

Maoists killed: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ

ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ଅଦ୍ୟତନ ହୋଇଛି
maoists killed

maoists killed

Advertisment

ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । କାଙ୍କେର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ଦୁଇ ମାଓବାଦୀ । ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । 

Advertisment

ଅଧିକ ପଢନ୍ତୁ: ମାଓମୁକ୍ତ ଜିଲ୍ଲାରେ ପୁଣି ମାଓ ଗତିବିଧି ଭୟ; ଡ୍ରୋନ୍ ସହାୟତାରେ ଚାଲିଛି ଘନ ଘନ ଅପରେସନ୍

ସୂଚନା ମୁତାବକ, କାଙ୍କେର ଛୋଟେବେଟିୟା ଥାନା ଅନ୍ତର୍ଗତ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ସ୍ଥାନରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । କାଙ୍କେର ପୋଲିସ୍ ଅଧିକ୍ଷକ ଇନ୍ଦିରା କଲ୍ୟାଣ ଏଲସେଲା କହିଛନ୍ତି ଯେ, ଆମତୋଲା ଏବଂ କଲପର ଗାଁ ମଧ୍ୟରେ କିଛି ମାଓବାଦୀଙ୍କ ଉପସ୍ଥିତି ଜଣା ପଡିବା ପରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Advertisment

ସୂଚନାଯୋଗ୍ୟ, ଗତ ଜାନୁୟାରୀ ମାସରୁ ବସ୍ତର ଅଞ୍ଚଳରେ ୨୧୩ ଜଣ ମାଓବାଦୀ ଏନକାଉଣ୍ଟରରେ ନିପାତ ହେଲେଣି । ଦେଶବ୍ୟାପୀ ମାଓବିରୋଧୀ ଅଭିଯାନକୁ ଜୋରଦାର କରାଯାଉଥିବା ବେଳେ ଗତ ୧୮ ତାରିଖରେ ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ତିନି ହାର୍ଡକୋର ମାଓବାଦୀ । ସେହିପରି ଗତ ୧୨ ତାରିଖରେ ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ସହ ଜଣେ ମହିଳା ମାଓବାଦୀ ନିପାତ ହୋଇଥିଲେ । ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀକୁ ବଡ଼ ସଫଳତା; ମୋଷ୍ଟଓ୍ୱାଣ୍ଟେଡ୍ ମାଓନେତା ସିସିଏମ୍‌ ଗୌତମ ନିହତ, ୭ ମୃତଦେହ ଉଦ୍ଧାର...

Advertisment
2 Maoists Killed Chhattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ