Woman In Burqa Throws Bomb At Security Camp
ସିଆର୍ପିଏଫ୍ କ୍ୟାମ୍ପ୍ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ଜମ୍ମୁ ଓ କାଶ୍ମୀର ବାରମୁଲ୍ଲା ଜିଲ୍ଲାର ସୋପୋର ଟାଉନ୍ ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି, ମହିଳା ଜଣକ ଚାଲି ଚାଲି ଆସି ରାସ୍ତା ମଝିରେ ଛିଡ଼ା ହେଉଛନ୍ତି। ଏହାପରେ କାନ୍ଧରେ ପକାଇଥିବା ବ୍ୟାଗ୍ ଭିତରୁ ବୋମା ବାହାର କରି ସିଆର୍ପିଏଫ୍ ବଙ୍କର ଉପରକୁ ଫିଙ୍ଗୁଛନ୍ତି ଓ ତତ୍କ୍ଷଣାତ ଘଟଣାସ୍ଥଳରୁ ସେ ଦୌଡ଼ୁ ପଳାଉଛନ୍ତି।
#WATCH Bomb hurled at CRPF bunker by a burqa-clad woman in Sopore yesterday#Jammu&Kashmir
(Video source: CRPF) pic.twitter.com/Pbqtpcu2HY
— ANI (@ANI) March 30, 2022
ବୋମାଟି ସିଆର୍ପିଏଫ୍ କ୍ୟାମ୍ପ ବାହାରେ ପଡ଼ିଥିବା ପୋଲିସ୍ ସୂଚନା ଦେଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି କି କିଛି କ୍ଷତିଗ୍ରସ୍ତ ହୋଇନାହିଁ। ପୋଲିସ୍ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କାଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ଉକ୍ତ ମହିଳାଙ୍କୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)