Advertisment

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ: ଏତେ ପିଶାଚ ହୋଇଗଲେ ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ...

ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକିରେ ଅତ୍ୟାଚାର ଥମି ନଥିଲା ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Gang Raped By 3 Person In Uttar Pradesh

Woman Gang Raped By 3 Person In Uttar Pradesh

ପିଶାଚ ସାଜିଲା ମଣିଷ। ସବୁ ସୀମାକୁ ଟପି ଘଟାଇଲେ ନାରକୀୟ କାଣ୍ଡ। ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକିରେ ଅତ୍ୟାଚାର ଥମି ନଥିଲା ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ। ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଭଳି ନୃଂଶସ, ଅମାନବୀୟ କାଣ୍ଡ ଘଟିଛି। ପୀଡ଼ିତାଙ୍କ ମୁହଁରୁ ଏହି ବର୍ବରତାର କାହାଣୀ ଶୁଣି ପୋଲିସ୍‌ର ମଧ୍ୟ ହୋସ୍‌ ଉଡ଼ି ଯାଇଛି। ମହିଳା ଜଣକ ସ୍ୱାମୀଙ୍କ ସହ ବାପ ଘରୁ ଶ୍ୱଶୁର ଘରକୁ ଫେରୁଥିବା ବେଳେ ରାସ୍ତାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ କୌଣସି ଅଜଣା ବ୍ୟକ୍ତି ନୁହଁନ୍ତି ବରଂ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ମଣିଷ ପାଲଟିଲା ପିଶାଚ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ଅଭିଯୋଗ ଅନୁସାରେ, ଶନିବାର ଦିନ ସ୍ୱାମୀଙ୍କ ସହ ସେ ବାପ ଘରୁ ଶ୍ୱଶୁର ଘରକୁ ଯାଉଥିଲେ। ଏହି ସମୟରେ କୋଟୱାଲି ଦେହାତ୍‌ର ଗୁରେହ ଗାଁ ନିକଟରେ ମହିଳାଙ୍କ ସ୍ୱାମୀଙ୍କ ୩ ଜଣ ସାଙ୍ଗ ଦେଖା ହୋଇଥିଲେ। ଏମାନେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକାଇଥିଲେ। ବ୍ୟକ୍ତି ଜଣକ ମଦ୍ୟପାନ କରିଥିବାରୁ  ସାଙ୍ଗମାନେ ଏହାର ଫାଇଦା ଉଠାଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଗଣଦୁଷ୍କର୍ମ କରିଥିଲେ। ହେଲେ ଅନ୍ୟ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବାରେ ଅସଫଳ ହେବାରୁ ମହିଳାଙ୍କ ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣାକୁ ନେଇ ଉକ୍ତ ମହିଳା ପୋଲିସ୍‌ରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି କୋଟୱାଲି ଆଣିଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଆଣିଥିବା ମହିଳା ଜଣକ ପରିଚିତ ୨ ବ୍ୟକ୍ତିଙ୍କ ସହ ବାଇକ୍‌ରେ ଶ୍ୱଶୁର ଘର ଯାଉଥିଲେ। ସେମାନେ ବାଟରେ ମଦ୍ୟପାନ କରିଥିଲେ। ଉକ୍ତ ମହିଳା ମଧ୍ୟ ସେମାନଙ୍କ ସହ ମଦ୍ୟପାନ କରିଥିଲେ। ମଦ ନିଶାରେ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ୨ ବ୍ୟକ୍ତିଙ୍କୁ ଗିରଫ ସହ ପଚରାଉଚରା ଚଳାଇବା ସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Advertisment