• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ୮ ଜଣ ବ୍ୟକ୍ତି ଜଣେ ୧୬ ବର୍ଷିୟା ନାବାଳିକା ସହିତ ଗଣ ଦୁଷ୍କର୍ମ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ବଙ୍ଗଳାରେ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ସମୁଦ୍ର କୂଳରେ ଫୋପାଡ଼ି ଦେଇ ଚାଲି ଯାଇଥିବା ସୂଚନା ମିଳିଛି ।

ପାଲଘର ଜିଲ୍ଲାର ସତପତିର ଥାନାଧିକାରୀ କହିଛନ୍ତି , ୧୬-୧୭ ଡିସେମ୍ବର ମଧ୍ୟ ରାତ୍ରୀରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ନାବାଳିକା ଜଣକ ଲିଖିତ ଅଭିଯୋଗ କରି ସବୁ କଥା ବଖାଣିଛନ୍ତି । ଅଭିଯୁକ୍ତମାନେ ନାବାଳିକାଙ୍କୁ ୧୬ ଡିସେମ୍ବର ରାତି ୮ଟାରୁ ୧୭ ଡିସେମ୍ବର ସକାଳ ୮ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମହିମ ଗାଁର ଏକ ନିଛାଟିଆ ବଙ୍ଗଳାକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ହେଲେ ଏତିକିରେ ତାଙ୍କର ପାଶବିକତା ଥମି ନଥିଲା, ନାବାଳିକାକୁ ସମୁଦ୍ର କୂଳକୁ ନେଇ ପୁଣି ଦୁଷ୍କର୍ମ କରିବା ସହ ସେଠାରେ ବୁଦାକୁ ଫୋପାଡ଼ି ଚାଲି ଆସିଥିଲେ ।

ପୋଲିସ ସୂଚନର ଅନୁସାରେ, ନାବାଳିକାଙ୍କ ଅଭିଯୋଗ ଆଧାରରେ ସମସ୍ତ ୮ ଅଭିଯୁକ୍ତଙ୍କୁ ରବିବାର ସକାଳେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଧାରା ୩୭୬ (ଡି), ଧାରା ୩୬୬ (ଏ), ଧାରା ୩୧, ଧାରା ୩୪୨, ଧାରା ୩୨୩ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଏବେ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।