Advertisment

ଚାଞ୍ଚଲ୍ୟ ! ! ! ଝିଅର ଶବ ସହ ରହୁଥିଲା ମା’, ପଡ଼ୋଶୀ ବି ଜାଣିନଥିଲେ...

ଝିଅର ଶବ ସହ ରହୁଥିଲା ମା’। ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ ପଡ଼ୋଶୀଙ୍କୁ ମଧ୍ୟ ଜଣାନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Found Living With Daughter Body In Kolkata

Woman Found Living With Daughter Body In Kolkata

ଝିଅର ଶବ ସହ ରହୁଥିଲା ମା’। ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ ପଡ଼ୋଶୀଙ୍କୁ ମଧ୍ୟ ଜଣାନଥିଲା। ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ଫୁଡ୍‌ ଡେଲିଭରି ବଏ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ପୋଲିସ୍‌କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ସୋମବାର ଦିନ କୋଲକାତା ସହରର ବିଜୟଗଡ଼ ଅଞ୍ଚଳରେ ମାନସିକ ଅନଗ୍ରସର ମହିଳା ଜଣକ ଝିଅ ସହ ରହିବା ଘଟଣା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

Advertisment

ସୂଚନା ଅନୁସାରେ, ଡେଲିଭରି ବଏ ଜଣକ ସୋମବାର ଦିନ ବିଜୟଗଡ଼ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂକୁ ଫୁଡ୍‌ ଡେଲିଭରି କରିବାକୁ ଆସିଥିଲେ। ଏହି ସମୟରେ ଫ୍ଲାଟ୍‌ର ଦ୍ୱିତୀୟ ମହଲାରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ସେ ପଡ଼ୋଶୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଥିଲେ। ଏହି ସମୟରେ ଦୀପ୍ତି ବାସୁ(୬୮) ମୃତ ଝିଅ ସଞ୍ଚିତା ବାସୁ(୩୮)ଙ୍କ ଶବ ପାଖରେ ବସିଥିବା ଦେଖିବାକୁ ମିଳିଥିଲା। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପୋଲିସ୍‌ ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ମା’ଙ୍କ ସହ ରହୁଥିଲେ ଓ ଉଭୟ ମାନସିକ ବିକାରଗ୍ରସ୍ତ। ଝିଅର ମୃତ୍ୟୁ ନେଇ ଦୀପ୍ତି କାହାକୁ ବି ଜଣାଇ ନଥିଲେ। ଡେଲିଭରି ବଏ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଉଭୟ ମା’ ଓ ଝିଅଙ୍କର କୌଣସି ରୋଜଗାରର ପନ୍ଥା ନଥିଲା। ଜଣେ ସମ୍ପର୍କୀୟ ସେମାନଙ୍କ ପାଖକୁ ସବୁବେଳେ ଖାଦ୍ୟ ପଠାଉଥିଲେ।

Advertisment
Deadbody Found
Advertisment
Advertisment