Advertisment

ତାନ୍ତ୍ରିକଙ୍କ ବିବାଦୀୟ ବୟାନ- ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କଲେ ମିଳିବ ପୁତ୍ର ସନ୍ତାନ !

ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Forced To Bathe In Public

Woman Forced To Bathe In Public

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। ଲୋକଙ୍କ ମାନସିକତାରେ ଅନ୍ଧବିଶ୍ୱାସ ଏପରି ବସା ବାନ୍ଧିଛି ଯେ ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନାହାନ୍ତି ଲୋକ। ଏଭଳି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ମହାରାଷ୍ଟ୍ରର ପୁଣେରେ ଏଭଳି କିଛି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି।

Advertisment

ଜଣେ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଶାଶୁ ଘର ଲୋକେ ସମ୍ପୃକ୍ତ ମହିଳାଙ୍କୁ ଏଭଳି କରିବା ପାଇଁ କହିଥିବା ଜଣାପଡ଼ିଛି। ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ବିବାଦୀୟ ବୟାନ ଦେଇଥିଲେ। ଘଟଣାକୁ ନେଇ ମହିଳା ଜଣକ ପୋଲିସ୍‌ରେ ଅଭିଯୋଗ କରିବା ପରେ ପୁଣେ ପୋଲିସ୍‌ ରବିବାର ଦିନ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସ୍ୱାମୀ, ତାଙ୍କ ଶାଶୁ ଘର ଲୋକ ଓ ସମ୍ପୃକ୍ତ ତାନ୍ତ୍ରିକଙ୍କ ନାଁ ରହିଛି। 

ପୋଲିସ୍‌ ସୂଚନା ଅନୁସାରେ, ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଶାଶୁ ଘର ଲୋକ ୨୦୧୩ ମସିହାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଯୌତୁକ ଓ ପୁତ୍ର ସନ୍ତାନ ନହେବାରୁ ସେ ଏଭଳି ନିର୍ଯାତନା ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଅନେକ ପୂଜାପାଠ ଓ କଳାଯାଦୁ ମଧ୍ୟ ପରିବାର ଲୋକ କରୁଥିଲେ।’

Advertisment

ମହିଳା ଜଣକ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ‘ନିକଟରେ ଜଣେ ସ୍ଥାନୀୟ ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସର୍ବସାଧାରଣ ସ୍ଥାନରେ ଥିବା ଏକ ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ। ଏଥିପାଇଁ ତାଙ୍କୁ ରାଇଗଡ଼ ଜିଲ୍ଲାକୁ ନିଆଯାଇଥିଲା ଓ ସେଠାରେ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ଗାଧୋଇବା ପାଇଁ କୁହାଯାଇଥିଲା।’

ଖାଲି ଏତିକି ନୁହେଁ, ବ୍ୟବସାୟ ବଢ଼ାଇବା ପାଇଁ ତାଙ୍କ ସମ୍ପତ୍ତିରେ ୭୫ ଲକ୍ଷ ଟଙ୍କା ଲୋନ୍‌ ପାଇଁ ଜାଲିଆତି କରି ମହିଳାଙ୍କ ସ୍ୱାମୀ ଦସ୍ତଖତ ନେଇଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ୍‌ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Crime Against Women Maharashtra Black Magic
Advertisment
Advertisment