Advertisment

୩୬ ବର୍ଷ ହେଲା ପୁରୁଷ ବେଶରେ ମହିଳା, କାରଣ...

ତିରୁଚେନ୍ଦୁର ମୁରଗାନ୍ ମନ୍ଦିରରକୁ ଯାଇ ନିଜର କେଶ କାଟିଥିଲେ

author-image
Chandan Shishu
ଅଦ୍ୟତନ ହୋଇଛି
Woman Dresses Up As A Man

Woman Dresses Up As A Man

୩୦ ବର୍ଷ ଧରି ପୁରୁଷ ବେଶରେ ଅଛନ୍ତି ମହିଳା। ଲୋକଙ୍କ ସମ୍ମୁଖରେ ଏତେ ଦିନ ରୂପ ବଦଳାଇ ଥିଲେ ବି କେହି ବି ଟେର୍ ପାଇନଥିଲେ। ଜଣେ ୫୭ ବର୍ଷିୟ ମହିଳା ୩ ଶତାବ୍ଦୀ ଧରି ପୁରୁଷ ରୂପ ଧାରଣ କରି ଜୀବନ ବିତାଇବା ସମସ୍ତଙ୍କୁ ଚକିତ କରିଛି। ଏଭଳି ଘଟଣା ଘଟିଛି ତାମିଲନାଡୁରେ। ତେବେ ଏହାର କଣ ରହିଛି ରହସ୍ୟ, ଆସନ୍ତୁ ଜାଣିବା।

Advertisment

ତାମିଲନାଡୁର ଏସ୍ ପଟଚିମ୍ମାଲଙ୍କୁ ୨୦ ବର୍ଷ ବୟରେ ବିବାହ କରିଥିଲେ। କିନ୍ତୁ ବିବାହର ମାତ୍ର ୧୫ ଦିନ ପରେ ସ୍ୱାମୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ଘର କାଟୁଉନାୟକ୍କନପଟ୍ଟି ଗ୍ରାମରେ, ଯେଉଁଠି ପୁରୁଷଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ସେଠାରେ ତାଙ୍କର ଝିଅଟିଏ ହୋଇଥିଲା। ଝିଅକୁ ଲାଳନପାଳନ ପାଇଁ ସେ ନିଜେହିଁ କାମ ଆରମ୍ଭ କରିଥିଲେ। ତେବେ ସେଠାରେ ପୁରୁଷଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ କାମ କରିବାରେ ସମସ୍ୟା ଦେଖାଦେଲା। ଏପରିକି ଗାଁ ଲୋକେ ତାଙ୍କୁ ହଇରାଣ କଲେ। 

ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ପଟଚିମ୍ମାଲ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପିଲାର ଯତ୍ନ ନେବା ପାଇଁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଲା। ହୋଟେଲ, ଚାହା ଦୋକାନ, ନିର୍ମାଣ କାର୍ଯ୍ୟରେ କାମ କରିବା ସମୟରେ ଅନେକ ନିର୍ଯାତନା ସହିବାକୁ ପଡ଼ିଲା। ତେବେ ଏଭଳି ନିର୍ଯାତିତ ଜୀବନରୁ ବଞ୍ଚିବା ପାଇଁ ସେ ତିରୁଚେନ୍ଦୁର ମୁରଗାନ୍ ମନ୍ଦିରରକୁ ଯାଇ ନିଜର କେଶ କାଟିଥିଲେ। ମହିଳା ବେଶଭୂଷାକୁ ପରିବର୍ତ୍ତନ କରି ସାର୍ଟ ଓ ଲୁଙ୍ଗି ପିନ୍ଧିବା ଆରମ୍ଭ କଲେ। ଆଉ ସେହିଦିନଠୁ ମୁଠୁ ନାମରେ ପରିଚିତ ହେଲେ।

Advertisment

ସେ ଆହୁରି କହିଛନ୍ତି ଯେ ମୁଁ କଟ୍ଟନାୟାକ୍କନପଟ୍ଟିରେ ୨୦ରୁ ଅଧିକ ବର୍ଷ ହେବ ରହିଆସୁଛି। ମୁଁ ଜଣେ ମହିଳା ବୋଲି କେବଳ ମୋର ନିକଟ ସମ୍ପର୍କୀୟ ଓ ମୋର ଝିଅ ଜାଣିଛନ୍ତି। ପ୍ରଥମେ କାମ କରିବା ସମୟରେ ଆନ୍ନାଚି(ଜଣେ ପୁରୁଷଙ୍କ ନାଁ) ମୋତେ ଡାକୁଥିଲେ। ମୁଁ ସବୁପ୍ରକାର କାମ କରିପାରୁଥିଲି। ଜଣେ ପେଣ୍ଟର, ଚାହା ଦୋକାନୀ, ରୋଷେୟା ଭାବେ ଅନେକ ଦିନ କାମ କରିଛି। ମୋ ଝିଅ ପାଇଁ ମୋତେ ସବୁ କଷ୍ଟ, ଯନ୍ତ୍ରଣା ସହିବାକୁ ପଡିଛି। ପରେ ମୋର ଭୋଟର ଆଇଡି, ଆଧାର, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ସମସ୍ତ ଡକ୍ୟୁମେଣ୍ଟରେ ମୋର ନାଁ ପରିବର୍ତ୍ତନ କରି ମୁଥୁ ନାଁରେ ପରିଚିତ ହେଲି। 

ତାଙ୍କର ନିଜସ୍ୱ ଘର ନାହିଁ। ଏପରିକି ସେ ବିଧବା ସାର୍ଟିଫିକେଟ୍ ପାଇଁ ମଧ୍ୟ ଆବେଦନ କରିନାହାନ୍ତି। କିନ୍ତୁ ମନରେଗା ଜବ କାର୍ଡ ତାଙ୍କର ରହିଛି। ତେବେ ପଟଚିମ୍ମାଲଙ୍କ ଝିଅ ବିବାହ କରିସାରିଛନ୍ତି। ତଥାପି ସେ ନିଜର ଜୀବନଶୈଳୀକୁ ସେ ଅପରିବର୍ତ୍ତିତ ରଖିଛନ୍ତି। ସେ କହିଛନ୍ତି- ମୁଥୁ ନାଁ ମୋ ଝିଅକୁ ବଞ୍ଚାଇ ରଖିଛି, ଏହା ମୋ ଜୀବନର ଏକ ଅଂଶ। ଶେଷ ଜୀବନ ପର୍ଯ୍ୟନ୍ତ ଏହି ପରିଚୟରେ ବଞ୍ଚିବାକୁ ଚାହେଁ।

Woman Dresses Up As A Man
Advertisment
Advertisment