Advertisment

Woman Dies While Dancing: ଭଉଣୀ ବାହାଘରରେ ମୃତ୍ୟୁ; କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ? ଜାଣନ୍ତୁ...

ଭଉଣୀ ମ୍ୟାରେଜ୍ ଫଙ୍କସନ୍ । ମନ ଖୁସିରେ ଝୁମୁଥିଲା । ଷ୍ଟେଜ୍ ଉପରେ ନାଚୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ବି ଲଗାଉଥିଲେ । ହେଲେ ନାଚୁ ନାଚୁ ହୃଦଘାତରେ ସେଇ ଷ୍ଟେଜ୍ ଉପରେ ଟଳି ପଡ଼ିଲେ ।

undefined

Woman Dies While Dancing At Wedding In Vidisha

Advertisment

ମୃତ୍ୟୁ ଅନିବାର୍ଯ୍ୟ, ହେଲେ ଅକାଳ ମୃତ୍ୟୁ ଅତି ଦୁଃଖଦ। ଯାହାର ବଡ଼ ବାହକ ସାଜିଛି ହୃଦରୋଗ। ସାଧାରଣ ମଣିଷଙ୍କଠୁ ସେଲିବ୍ରିଟି କାହାକୁ ଛାଡୁନି। ସଦ୍ୟତମ ଘଟଣା କ୍ରମେ ମଧ୍ୟପ୍ରଦେଶରେ ଜଣେ ୨୩ ବର୍ଷର ଯୁବତୀ ନିଜ ଭଉଣୀ ବାହାଘର କାର୍ଯ୍ୟକ୍ରମରେ ନାଚୁ ନାଚୁ ଟଳି ପଡ଼ିଛନ୍ତି। ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେଉଛି। ଏଣେ ଯୁବଗୋଷ୍ଠୀଙ୍କୁ କାହିଁକି ଆକ୍ରମଣ କରୁଛି ହୃଦରୋଗ ଓ କେମିତି ହେବେ ସଚେତନ, ବାଟ ବତାଇଛନ୍ତି ବିଶେଷଜ୍ଞ।

Advertisment

ଭଉଣୀ ମ୍ୟାରେଜ୍ ଫଙ୍କସନ୍ । ମନ ଖୁସିରେ ଝୁମୁଥିଲା । ଷ୍ଟେଜ୍ ଉପରେ ନାଚୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ବି ଲଗାଉଥିଲେ । ହେଲେ ନାଚୁ ନାଚୁ ହୃଦଘାତରେ ସେଇ ଷ୍ଟେଜ୍ ଉପରେ ଟଳି ପଡ଼ିଲେ । ଅକାଳ ମରଣ, କେଡେ ଦାରୁଣ । ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରୁ ଆସିଛି ଆଉ ଏକ ସଦ୍ୟ ଘଟଣା । ଯାହାକି ସୋସିଆଲ୍ ମିଡିଆରୁ ପ୍ରମୁଖ ଗଣମାଧ୍ୟମର ଶିରୋନାମା ପାଲଟିଛି । ମୃତା ଯୁବତୀ ଜଣକ ଇନ୍ଦୋରର ପରୀଣିତା ଜୈନ, ବୟସ ମାତ୍ର ୨୩ । ଜଣେ ଏମବିଏ ଗ୍ରାଜୁଏଟ୍, ଭଉଣୀ ବାହାଘରର ହଳଦୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନାଚୁଥିଲେ। କିନ୍ତୁ କିଏ ଜାଣିଥିଲା, ସେଇ ଷ୍ଟେଜ୍ ତାଙ୍କ ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି । ସୂଚନା ଅନୁସାରେ ପୂର୍ବରୁ ମୃତା ପରିଣୀତାଙ୍କର ଜଣେ ୧୨ବର୍ଷର ସାନ ଭାଇ ବି ହାର୍ଟ ଆଟାକ୍ ରେ ଅକାଳ ମୃତ୍ୟୁର ଶିକାର ହୋଇଥିଲେ। 

ଅଧିକ ପଢ଼ନ୍ତୁ: ୨୫ ବର୍ଷ ଜେଲରେ ଥିବା ବାଳ ଅପରାଧୀକୁ ମୁକ୍ତ କଲେ ସୁପ୍ରିମକୋର୍ଟ, ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ

Advertisment

ହାର୍ଟ ଆଟାକ୍, ହାର୍ଟ ଫେଲୁୟର ଓ ହାର୍ଟ ଷ୍ଟ୍ରୋକ୍ । ହୃଦରୋଗ ଜନିତ ଏସବୁ ଅକାଳ ମୃତ୍ୟୁ, ଯେମିତି ଗ୍ରାସି ଚାଲିଛି ଯୁବ ଗୋଷ୍ଠୀଙ୍କୁ, ସ୍ବଳ୍ପ ବୟସ୍କଙ୍କୁ ସାଧାରଣ ମଣିଷଙ୍କଠୁ ସେଲିବ୍ରିଟି ଅବା ସିନେ ଷ୍ଟାର, କାହାକୁ ବି ଛାଡ଼ୁନି ଗତ କିଛି ବର୍ଷର ଘଟଣାବଳୀକୁ ନଜରକୁ ଆଣିଲେ ଅନେକ ଚିହ୍ନାମୁହଁ ଅବେଳରେ ହୃଦଘାତର ଶିକାର ହୋଇ ବିଦାୟ ନେଲେଣି ଧରାଧାମରୁ। ୩୧ ମେ, ୨୦୨୨ରେ କୋଲକାତାରେ ଏକ ଲାଇଭ୍ କନସର୍ଟ ସମୟରେ ଷ୍ଟେଜ୍ ଉପରେ ହାର୍ଟ ଆଟାକ୍‌ର ଶିକାର ହୋଇଥିଲେ ୟଙ୍ଗ ସେନସେସନ୍ ସିଙ୍ଗର କେକେ ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୫୩ ବର୍ଷ। କେକେ ଷ୍ଟେଜରେ ଟଳି ପଡିବାର ଦୃଶ୍ୟ ଦେଖି ଅବାକ୍ ହୋଇଯାଇଥିଲେ ହଜାର ହଜାର ଫ୍ୟାନ୍ ।

ସେମିତି ୨୯ ଅକ୍ଟୋବର, ୨୦୨୧ସେମିତି ମାତ୍ର ୪୬ ବର୍ଷରେ ଇହଧାମରୁ ବିଦାୟ ନେଇଥିଲେ କନ୍ନଡ଼ ସୁପରଷ୍ଟାର ପୁନୀତ ରାଜକୁମାର। ପୁନୀତ୍‌ଙ୍କ ମୃତ୍ୟୁ ମଧ୍ୟ ହାର୍ଟଆଟାକ୍ ଯୋଗୁଁ ହୋଇଥିଲା। ପୁନୀତ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ଟଳି ପଡ଼ିଥିଲେ। ୨୧ ସେପଟେମ୍ବର ୨୦୨୨ହୃଦଘାତ ଜନିତ ମୃତ୍ୟୁ ତାଲିକାରେ ବି ରହିଛି କମେଡି ଆକଟର ରାଜୁ ଶ୍ରୀବାସ୍ତବଙ୍କ ନାଁ। ସେହିବର୍ଷ ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ଅଭ୍ୟାସ କରୁଥିବାବେଳେ ଅସୁସ୍ଥ ହୋଇ ଦୀର୍ଘ ୪୦ଦିନ କଳ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢ଼ି ହାରି ଯାଇଥିଲେ ରାଜୁ।

Advertisment

ତେବେ ଏଠି ପ୍ରଶ୍ନ କାହିଁକି କମ୍ ବୟସ୍କଙ୍କୁ ଆକ୍ରମଣ କରୁଛି ହାର୍ଟ ଆଟାକ୍ ? କଣ ହୋଇପାରେ ପ୍ରମୁଖ କାରଣ ? ହୃଦରୋଗ ବିଶେଷଜ୍ଞଙ୍କ ମତରେ ହାଇଲେବଲ ଷ୍ଟ୍ରେସ୍, ଡିଜିଟାଲ ଯୁଗରେ ଅଧିକ ବ୍ୟସ୍ତତା, ନିୟମିତ ଖାଦ୍ୟପେୟ ପ୍ରତି ଅବହେଳା,ସୁନିଦ୍ରାର ଅଭାବ ହିଁ ହୃଦରୋଗକୁ ଡାକି ଆଣୁଛି। ତେଣୁ ଏଥିପ୍ରତି ସଜାଗ ରହିବା ଜରୁରୀ। 

ତଥ୍ୟ କହୁଛି ବର୍ତ୍ତମାନ ସମୟରେ ଚିହ୍ନଟ ହେଉଥିବା ହୃଦରୋଗୀଙ୍କ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ ସଂଖ୍ୟକ ରୋଗୀଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ। ଯାହାକି ଯୁବଗୋଷ୍ଠୀଙ୍କ ପାଇଁ ସତର୍କଘଣ୍ଟି ପାଲଟିଛି।

ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ