Advertisment

Woman Dies As Doctor Watches Reels: ବେଡ୍‌ରେ ପଡ଼ିଥିଲେ ରୋଗୀ; ରିଲ୍ସ ଦେଖୁଥିଲେ ଡାକ୍ତର, ତା’ପରେ...

ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ। ଚାଲିଗଲା ମହିଳାଙ୍କର ଜୀବନ। ବେଡ୍‌ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ ।

ଅଦ୍ୟତନ ହୋଇଛି
Woman Dies Of Heart Attack As Doctor Watches Reels

Woman Dies Of Heart Attack As Doctor Watches Reels

Advertisment

ଅଭାବନୀୟ...ନିନ୍ଦନୀୟ ଘଟଣା... ଯିଏ ଶୁଣୁଛି ସିଏ ଛି ଛି କରୁଛି...ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ । ଚାଲିଗଲା ମହିଳାଙ୍କର ଜୀବନ। ବେଡ୍‌ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କର ଜୀବନ । ସମସ୍ତେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବନ୍ତି କିନ୍ତୁ ଏଭଳି ଘଟଣା ପୂରା ଡାକ୍ତର ସମାଜ ଉପରେ କଳଙ୍କ ଲଦି ଦେଇଛି । ରୋଗୀଙ୍କର ପରିବାରର ଅଭିଯୋଗ ଅନୁସାରେ ଡାକ୍ତର ୧୫ ମିନିଟ୍ ପର୍ଯ୍ୟନ୍ତ ଚିକିତ୍ସାସେବା ଦେଇନଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର ଏକ ହସ୍ପିଟାଲରେ ଘଟିଛି । ତେବେ ମୃତ ମହିଳାଙ୍କ ବୟସ ୬୦ ବର୍ଷ ବୋଲି ଜଣା ପଡ଼ିଛି।     

Advertisment

ଘଟଣା କଣ ଘଟିଥିଲା ?

ଗତକାଲି ଦିନ ପ୍ରାୟ ୧୨ଟାରେ ପ୍ରବେଶ କୁମାରୀଙ୍କୁ ମୈନପୁରୀ ସରକାରୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡକୁ ପରିବାର ଲୋକ ନେଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଡାକ୍ତର ଆଦର୍ଶ ସେଙ୍ଗର ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ନର୍ସ ଏବଂ କମ୍ପାଉଣ୍ଡରଙ୍କୁ ରୋଗୀଙ୍କର ଚିକିତ୍ସା କରିବାକୁ ଦାୟିତ୍ୱ ଦେଇଥିଲେ। ପରିବାରର ବାରମ୍ବାର ଅନୁରୋଧ ସତ୍ତ୍ୱେ, ଡାକ୍ତର ତାଙ୍କ ଚେୟାରରେ ବସି ମୋବାଇଲ୍ ଫୋନ୍ ବ୍ୟବହାର କରି ଚାଲିଥିଲେ। ଯେତେବେଳେ ରୋଗୀଙ୍କ ଅବସ୍ଥା ଖରାପ ହୋଇଗଲା, ତାଙ୍କ ପୁଅ ପ୍ରବଳ ପାଟିତୁଣ୍ତ କରିଥିଲେ । ଯାହାଫଳରେ ରାଗି ଯାଇ ଡାକ୍ତର ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ, ଯାହା ପରେ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । 

ଅଧିକ ପଢ଼ନ୍ତୁ: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ମା'ଙ୍କ ମୁହଁରୁ ଯେତେବେଳେ ରକ୍ତ ବାହାରିଲା...

ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ, "ମୋ ମାଆଙ୍କୁ ଜରୁରୀକାଳୀନ ୱାର୍ଡରେ ଏକ ଷ୍ଟ୍ରେଚରରେ ଶୁଆଇଥିଲୁ। କିନ୍ତୁ ଡାକ୍ତର ତାଙ୍କ ଚେୟାରରେ ବସି ମୋବାଇଲରେ ରିଲ୍ସ ଦେଖିବାରେ ବ୍ୟସ୍ତ ଥିଲେ । ମୋ ମାଆଙ୍କୁ ଚିକିତ୍ସା କରିବାକୁ ଡାକ୍ତର ନର୍ସଙ୍କୁ କହିଥିଲେ । କିନ୍ତୁ ମୋ ମା’ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ । ଆମେ ୧୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ହାତ ଏବଂ ଗୋଡ଼କୁ ମଧ୍ୟ ଧରିଥିଲୁ କିନ୍ତୁ ସେ ଶୁଣିନଥିଲେ । ହଠାତ୍ ମାଆଙ୍କ ପାଟିରୁ ରକ୍ତ ବାହାରିଲା । ଯେତେବେଳେ ଡାକ୍ତରଙ୍କୁ ପୁଣି କହିଲୁ, ସେ ରାଗିଗଲେ ଏବଂ ମୋତେ ଚାପୁଡ଼ା ମାରିଲେ ବୋଲି ଅଭିଯୋଗ କରିଛନ୍ତି ।"

Advertisment

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଯେ...

ତେବେ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ, ଡାକ୍ତର ଫୋନ ଦେଖୁଥିବା ଦୃଶ୍ୟ ରହିଛି ଏବଂ ନର୍ସମାନେ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ଫୁଟେଜ୍‌ରେ, ଡାକ୍ତର ରୋଗୀଙ୍କ ପୁଅକୁ ଚାପୁଡ଼ା ମାରିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଘଟଣା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

Uttar Pradesh Doctor Hospital Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ