Advertisment

ମୂଷା ମାରିବା ପାଇଁ ଟମାଟୋରେ ବିଷ ଦେଇଥିଲେ; ହେଲେ ନିଜେ ଖାଇଦେଲେ

ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ଦୁର୍ଭାଗ୍ୟବଶତଃ ନିଜେ ଖାଇ ମରିଗଲେ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Woman Dies After Eating Instant Noodles With Tomatoes Laced With Rat Poison

Woman Dies After Eating Instant Noodles With Tomatoes Laced With Rat Poison

କଥାରେ ଅଛି ‘ଯେ ପାଞ୍ଚେ ପର ମନ୍ଦ…ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ । ଏହି ପ୍ରବାଦକୁ ପ୍ରମାଣିତ କରୁଥିବା ଏକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ନିଜେ ଖାଇବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଛି । ଏଠାରେ ଆପଣ ଭାବୁଥିବେ କିଏ କାହିଁକି ଓ କିପରି ଭାବେ ସେହି ବିଷ ଲାଗିଥିବା ଟମୋଟୋକୁ ଖାଇଲେ ? ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା...

Advertisment

ମୁମ୍ବାଇରେ ରହୁଥିବା ଜଣେ ମହିଳା ମୂଷା ମାନଙ୍କୁ ମାରିବାକୁ ନିଜ ଘରେ କିଛି ଟମାଟୋରେ ବିଷ ଲଗାଇ ରଖିଥିଲେ । ହେଲେ କିଛି ଦିନ ପରେ ସେ ସେହି ଟମାଟୋକୁ ଖାଇଦେଇଥିଲେ । ଏହା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଜଣେ କିପରି ଏତେ ବଡ଼ ଭୁଲ କରିପାରିବ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁମ୍ବାଇର ମଲାଡ଼ ଅଞ୍ଚଳରେ ରେଖା ନିଷାଦ ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ଦିଅରଙ୍କ ସହ ରହୁଥିଲେ । ଦିନକୁ ଦିନ ତାଙ୍କ ଘରେ ମୂଷାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଏମିତିକି ସେମାନେ ମହିଳାଙ୍କ ଘରର ଆସବାବ ପତ୍ର ମଧ୍ୟ କାଟି ନଷ୍ଟ କରିଦେଉଥିଲା । ଯାହାକୁ ନେଇ ସେ ଚିନ୍ତିତ ଥିଲେ । ତେଣୁ ସେ ଦିନେ ମୂଷାଙ୍କୁ ମାରିବା ପାଇଁ ଟମାଟୋ ଉପରେ ବିଷ ବୋଳି ଦେଇଥିଲେ । ହେଲେ ସେହି ଟମାଟୋ ଗୁଡିକୁ ମୂଷା ଖାଇବା ବଦଳରେ ସେ ନିଜେ ଅନ୍ୟମନସ୍କ ହୋଇ ମ୍ୟାଗିରେ ପକାଇ ଖାଇ ଦେଇଥିଲେ । ଯାହା ପରେ ଦିନକୁ ଦିନ ତାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା । ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Advertisment

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋଳାହଳ ଛାଇଯାଇଛି । ସୋସିଆଲ୍‌ ମିଡିଆରେ ଏହି ଖବର ଭାଇରାଲ୍ ହେବା ପରେ ଏହି ଦୁଃଖଦ ଖବରକୁ ନେଇ ଶୋକର ଛାୟା ଖେଳିଯାଇଛି ।

Rat Poison
Advertisment
Advertisment