• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାଢ଼ୀ କାନି ପାଇଁ ବନବାସ ଜୀବନ ବିତାଉଛି ଆଦିବାସୀ ପରିବାର । ସାମାନ୍ୟ କଥା ପାଇଁ ନିରୀହ ମଣିଷ ଗୁଡ଼ାକ ହନ୍ତସନ୍ତ ହେଉଛନ୍ତି । ଛତିଶଗଡ଼ ରତନପୁର ନୱାପରା ଗାଁର ଜଣେ ଆଦିବାସୀ ମହିଳା ମୀନା ବାଇ ଏବଂ ତାଙ୍କ ପରିବାରକୁ ଗତ ୧୭ ବର୍ଷ ଧରି ଗାଁରୁ ବିତାଡ଼ିତ କରାଯାଇଛି । ତାଙ୍କର ଭୁଲ କେବଳ ଏତିକି ଥିଲା, ସେ ଶାଢ଼ୀ କାନି ଓଲଟା ପିନ୍ଧି ଏକ ବିବାହ ଉତ୍ସବରେ ପହଞ୍ଚିଥିଲେ । ସେହି କଥା ପାଇଁ ତାଙ୍କ ପରିବାରକୁ ନିଆଁ ପାଣି ବନ୍ଦ କରିନିଆଯାଇଛି । ରୋଗଦୁଃଖରେ ଆହାପଦେ କହିବାକୁ କେହି ନାହିଁ ।

୧୭ ବର୍ଷ ପୂର୍ବର ଘଟଣା ପାଇଁ ଦଣ୍ଡ ଭୋଗୁଛି ମୀନାଙ୍କ ପରିବାର । ଆଜି ଠାରୁ ଅନେକ ବର୍ଷ ପୂର୍ବରୁ ଦିଅର ଲଖନ ଶଙ୍କରଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ମୀନା ବାଇଙ୍କୁ ନିମନ୍ତ୍ରଣ ମିଳିଥିଲା । ନିମନ୍ତ୍ରଣ ପାଇବା ପରେ ତାଙ୍କ ପରିବାରର ସମସ୍ତ ଲୋକ ଦିଅର ଘରେ ପହଞ୍ଚିଥିଲେ । ହେଲେ ବିବାହ ଉତ୍ସବରେ ପହଞ୍ଚିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ମୀନା ପିନ୍ଧିଥିବା ଶାଢ଼ୀର କାନି ଓଲଟା ହୋଇଯାଇଥିବାରୁ ସମାଜ ଲୋକଙ୍କ ସାମ୍ନାରେ ତୁରନ୍ତ ଓଢ଼ଣୀ ଦେଇପାରି ନଥିଲେ । ଆଉ ଏହି ଛୋଟ କଥାକୁ ନେଇ ସମାଜ ଲୋକ ରାଗି ଯାଇଥିଲେ ଓ ମୀନାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଦେଇଥିଲେ । ଶାଢ଼ୀର କାନି ପାଇଁ ପରିବାର ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା ।

ଘଟଣାଦିନ ଅମର ସିଂ, ଲଖନ ସିଂ, ଆନନ୍ଦ ସିଂ ଏବଂ ଦେବ ସିଂ ତଥା ସମାଜର ଅନେକ ଲୋକଙ୍କ ସାମ୍ନାରେ ଏହି ଭୁଲ ପାଇଁ ସେ କ୍ଷମା ମାଗିଥିଲେ । ଅନେକ କାକୁତିମିନତି ହେବା ପର. ମଧ୍ୟ ସମାଜ ଲୋକ କିଛି ଶୁଣିନଥିଲେ । ସମସ୍ତଙ୍କୁ ଗାଁରୁ ବାହାରି ଯିବାକୁ ଦଣ୍ଡ ଶୁଣାଇଥିଲେ । ଆଉ ସେବେ ଠାରୁ ସେମାନେ ଗାଁ ବାହାରେ କୁଡ଼ିଆ କରି ଜୀବନ ବିତାଉଛନ୍ତି । ଗାଁ ସମାଜରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହିଁ ।