• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋଳରେ ସାନ ଭାଇର ଶବ। ଆଖିରୁ ବୋହୁଛି ଅନବରତ ଲୁହ । ମଧ୍ୟପ୍ରେଦେଶର ମୋରାନା ଟାଉନ୍‌ରେ ଦେଖିବାକୁ ମିଳିଛି ଏମିତି ଏକ ଦାରୁଣ ଚିତ୍ର ।  ଜଣେ ୮ ବର୍ଷର ବାଳକ ଗୁଲସନ ନିଜ ସାନ ଭାଇ ରାଜାର ମୃତ ଦେହ ଧରି ରାସ୍ତା କଡ଼ରେ ବସିରହିଛି । କୌଣସି ଏକ ରୋଗରେ ପୀଡ଼ିତ ହୋଇ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୨ ବର୍ଷର ସାନ ଭାଇର ମୃତ୍ୟୁ ହୋଇଥିଲା । କିନ୍ତୁ ଆମ୍ବୂଲାନ୍ସ ଶବ ନେବାକୁ ମନା କରିଦେଲା । ଏହା ଦେଖି ୮ ବର୍ଷର ବାଳକ ଗୁଲସନର ମୁଣ୍ଡରେ କିଛି ବୁଦ୍ଧିବାଟ ପଶିଲାନି । ହେଲେ ରକ୍ତର ଭାଇକୁ ବି ଛାଡ଼ି ଚାଲିଯିବ କେମିତି ?  


ଭୋପାଳର ରହୁଥିବା ପୁଜାରାମ ତାଙ୍କ ସାନ ପୁଅ ରାଜାର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ସାଙ୍ଗରେ ତାଙ୍କର ଆଉ ଜଣେ ପୁଅ ଗୁଲସନନ୍ ମଧ୍ୟ ଆସିଥିଲା । ଗୁଲସନଙ୍କୁ ୮ ବର୍ଷ ହୋଇଥିବାବେଳେ ରାଜାକୁ 2 ବର୍ଷ ହୋଇଥିବା ଜଣାପଡିଛି । ତେବେ ପୁଜାରାମ ଗରିବ ଶ୍ରେଣୀର ହୋଇଥିଲେ, ଏମିତିକି ସେ ତାଙ୍କ ପୁଅର ମୃତ ଦେହକୁ ମଧ୍ୟ ନେବା ପାଇଁ ସକ୍ଷମ ନଥିଲେ । ତେଣୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ମନା କରିଦେଇଥିଲେ । ଶେଷରେ ସେମାନେ ନିରାଶ ହୋଇ ସେଠାରୁ ଫେରିଥିଲେ । ବାପା ଆମ୍ପୁଲାନ୍ସ ଯୋଗାଡ଼ କରୁଥିବା ସମୟରେ ସାନ ପୁଅର ଶବକୁ ଧରି ବଡ଼ ପୁଅ ଗୁଲସନ ହସ୍ପିଟାଲ ବାହାରେ ଥିବା ଅଳିଆ ଗଦାରେ ବସିଥିଲା । 

ପୁଜାରାମ
ସୂଚନା ଅନୁସାରେ, ୨ ବର୍ଷର ବାଳକ ରାଜା  ଆନେମିଆ ରୋଗରେ ପୀଡ଼ିତ ହୋଇଥିବାରୁ ଭୋପାଳଠାରୁ ୪୫୦ କିମି ଦୂରରେ  ଥିବା ମୋରେନା ଜିଲ୍ଲା ହସ୍ପିଟାଲରେ ତାର ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ରାଜାର ମୃତ୍ୟୁ ପରେ ହସ୍ପିଟାଲ୍ କର୍ତ୍ତୁପକ୍ଷ ଶବ ନେବା ପାଇଁ ଆମ୍ବୂଲାନ୍ସ ଦେବାକୁ ମନା କରିଦେଇଥିଲା । ଯାହା ପରେ ବାପା ଆମ୍ବୁଲାନ୍ସ ଯୋଗାଡ଼ କରୁଥିବା ବେଳେ କୁନି ବାଳକ ଗୁଲସନ  ନିଜ ସାନଭାଇର ମୃତ ଦେହକୁ ଧରି ବସିଥିଲା। 


ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ନେଇ ମୋରେନା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ଯାହା ପରେ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଶେଷରେ ପୁଅର ଶବକୁ ନେଇ ସପରିବାର ଘରକୁ ଫେରିଥିଲେ । 


ତେବେ ଏହି ଘଟଣାଟି କଳାହାଣ୍ଡିର ଦାନମାଝୀ ଘଟଣା ଭଳି ହୋଇଥିବା ଜଣାପଡିଛି । ଦାନମାଝୀ ଘଟଣାରେ ବି ଠିକ୍ ଏହିପରି ମୃତ ସ୍ତ୍ରୀର ଶବକୁ ନେବାକୁ ମେଡିକାଲ କର୍ତ୍ତୁପକ୍ଷ ମନା କରିବାରୁ ଦାନମାଝି ନିଜ କାନ୍ଧରେ ଶବକୁ ବୋହି ଦୀର୍ଘ ୬୦ କିମି ପର୍ଯ୍ୟନ୍ତ ଘରକୁ ଚାଲି ଚାଲି ଫେରିଥିଲେ । ଯାହା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।