/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689927442.jpg)
Mamata Banerjee
ମମତାଙ୍କ ଘରକୁ ବନ୍ଧୁକ ଧରି ପଶୁଥିଲା ଯୁବକ । ଖାଲି ବନ୍ଧୁକ ନୁହେଁ ପାଖରେ ଥିଲା ଭୁଜାଲି ସହ ବିଭିନ୍ନ ଏଜେନ୍ସିର ପରିଚୟ ପତ୍ର । ତେବେ କିଏ ସେ ଯୁବକ ? କ’ଣ ଥିଲା ତାର ଉଦେଶ୍ୟ ? କାହିଁକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରକୁ ଯାଉଥିଲା ସେ ? ମମତାଙ୍କୁ ହତ୍ୟା କରିବାର ଥିଲା କି ଉଦେଶ୍ୟ ? ତେବେ ଏହି ସବୁ ତମାମ ପ୍ରଶ୍ନର ଉତ୍ତର ପାଇବାକୁ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୋଲିସର କହିବାନୁଯାୟୀ, ପୁରା ଘଟଣାଟି ହେଲା ଉକ୍ତ ଯୁବକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ଗଳିରେ ଯାଉଥିଲା । ତାର ହାବଭାବ ଦେଖି ପୋଲିସ ସନ୍ଦେହ କରିଥିଲା । ଫଳରେ ତାକୁ ଅଟକ ରଖି ପଚରାଉଚରା କରିଥିଲା । ଏହାସହ ତାଠାରୁ ଗୋଟିଏ ବନ୍ଧୁକ ଜବତ କରିବା ସହ ବିଭିନ୍ନ ଏଜେନ୍ସିର ପରିଚୟପତ୍ର ମଧ୍ୟ ପୋଲିସ ଜବତ କରିଛି । ଖାଲି ସେତିକି ନୁହେଁ ତା’ ପାଖରୁ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି ।
ସବୁଠାରୁ ବଡ଼ କଥା ହେଲା, ଉକ୍ତ ବ୍ୟକ୍ତି ଯେଉଁ କାର ନେଇ ଆସୁଥିଲା ସେଥିରେ ପୋଲିସ ବୋଲି ଲେଖାଅଛି । ଅର୍ଥାତ ଏହି ଗାଡ଼ିକୁ ଯିଏ ବି ଦେଖିବ ପ୍ରଥମେ ପୋଲିସ ଅଧିକାରୀଙ୍କ ଗାଡ଼ି ବୋଲି ଭାବିବ । ଗାଡ଼ିରେ ପୋଲିସ ଲେଖିବାଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)