Advertisment

ଜୁନ୍‌ ୧୪ ପରେ ଅଚଳ ହୋଇଯିବ କି ଆଧାର କାର୍ଡ ? UIDAI ଦେଲା ସ୍ପଷ୍ଟୀକରଣ..ଜାଣନ୍ତୁ

୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍‌ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Aadhar Card Update Last Date

Aadhar Card

Advertisment

ଜୁନ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଯଦି ଆପଣ ନିଜ ଆଧାର କାର୍ଡକୁ ଅପଡେଟ୍‌ କରିନାହାନ୍ତି, ତେବେ ଆଉ କାମ ଦେବନି ଆପଣଙ୍କ ଆଧାର କାର୍ଡ। ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏନେଇ କିଛି ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହାକୁ ଖଣ୍ତନ କରିଛି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI)।

Advertisment

୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍‌ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଥିଲା। ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ତନ କରିଛି UIDAI। ଏହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ବୋଲି UIDAI ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ଆଧାରକାର୍ଡ ଅପଡେଟ୍‌କୁ ନେଇ ନୂଆ ନିୟମ ଜାରି ହୋଇଛି। ଏଣିକି ଆଉ ମାଗଣାରେ ଆପଣ ଆଧାର କାର୍ଡ ଅପଡେଟ୍‌ କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଟଙ୍କା।

ଅଧିକ ପଢ଼ନ୍ତୁ: Technology: ନେଟ୍ ପ୍ୟାକ୍ ନାହିଁ, ଦରକାର ପଡୁଛି UPI ପେମେଣ୍ଟ; ଜାଣନ୍ତୁ ବିନା ଇଣ୍ଟର୍‌ନେଟ୍‌ରେ କିପରି କରିବେ

Advertisment

ଜୁନ୍‌ ୧୪ ପରେ ଆଧାର କାର୍ଡ ଅଚଳ ହୋଇଯିବା ଖବରକୁ ମିଥ୍ୟା ବୋଲି କହି UIDAI ପକ୍ଷରୁ କୁହାଯାଇଛି ଯେ, ଜୁନ୍‌ ୧୪ ଯାଏଁ ଆଧାର କାର୍ଡ ଅପଡେଟ୍‌ ମାଗଣାରେ କରିପାରିବେ। ଏହାପରଠୁ ଆପଣଙ୍କୁ ଏନେଇ ଟଙ୍କା ଦେବାକୁ ପଡ଼ିବ। ତେଣୁ ଶୀଘ୍ର ଯାଇ ଆଧାର କାର୍ଡ ଅପଡେଟ୍‌ କରନିଅନ୍ତୁ। ଆପଣ UIDAI ୱେବସାଇଟ୍‌କୁ ଯାଇ ଆଧାର କାର୍ଡ ଅପଡେଟ୍‌ କରିପାରିବେ।

UIDAI ପକ୍ଷରୁ ଏହା ବି ସ୍ପଷ୍ଟ କରାଯାଇଛି ଯେ, ଜୁନ୍‌ ୧୪ ପରେ ଆଧାର କାର୍ଡ ଅଚଳ ହେବ ନାହିଁ। କିନ୍ତୁ ଆପଣ ଆଗକୁ ଆଉ ମାଗଣାରେ ଅପଡେଟ୍‌ କରିପାରିବେ ନାହିଁ। ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଅଙ୍କର ଟଙ୍କା ଦେବାକୁ ପଡ଼ିବ।

Advertisment

ଅଧିକ ପଢ଼ନ୍ତୁ: ଡେବିଟ୍ କାର୍ଡ ନ ଥିଲେ ବି Google Payରେ ଖୋଲିପାରିବେ ଆକାଉଣ୍ଟ୍, କରିପାରିବେ UPI PIN ପରିବର୍ତ୍ତନ

UIDAI Aadhar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ