Advertisment

ହୋଇପାରିଲାନି ଚତୁର୍ଥୀ, ବାହାଘରର ୩ ଦିନ ପରେ ଛାଡ଼ି ପଳାଇଲା ସ୍ତ୍ରୀ...

ସ୍ତ୍ରୀ ଅଧିକ ସୁନ୍ଦର ଥିବାରୁ ସ୍ୱାମୀକୁ ଛାଡ଼ି ବାପ ଘର ପଳାଇଲେ। ସ୍ତ୍ରୀକୁ ଆଣିବା ପାଇଁ ସ୍ୱାମୀ ଶ୍ୱଶୁର ଘରକୁ ଯାଇଥିଲେ ମଧ୍ୟ ସେଠାରେ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Wife Leaves Husband

Wife Leaves Husband

ସ୍ତ୍ରୀ ଅଧିକ ସୁନ୍ଦର ଥିବାରୁ ସ୍ୱାମୀକୁ ଛାଡ଼ି ବାପ ଘର ପଳାଇଲେ। ସ୍ତ୍ରୀକୁ ଆଣିବା ପାଇଁ ସ୍ୱାମୀ ଶ୍ୱଶୁର ଘରକୁ ଯାଇଥିଲେ ମଧ୍ୟ ସେଠାରେ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ। ଏଭଳି କିଛି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତି। ସ୍ତ୍ରୀକୁ ଫେରାଇ ଆଣିବା ଲାଗି ସମ୍ପୃକ୍ତ ବ୍ୟକ୍ତି ଏସ୍‌ପିଙ୍କ ନିକଟରେ ଗୁହାରି କରିବା ସହ ଅଭିଯୋଗ ନେଇ ଛତରପୁର ପୋଲିସ୍‌ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। 

Advertisment

ସୂଚନାନାଥାଉ କି, ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାର ନନ୍ଦୁ ପାଲ୍‌ ୨୦୨୧ ମସିହା ଏପ୍ରିଲ ୩୦ରେ ଲବକୁଶନଗର ଥାନା ଅନ୍ତର୍ଗତ ନରରୌଲି ଅଞ୍ଚଳର ରୀନା ପାଲ୍‌ଙ୍କୁ ବିବାହ କରିଥିଲେ। ନନ୍ଦୁଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ବହୁତ ସୁନ୍ଦର, ସ୍ମାର୍ଟ ଓ ଉଚ୍ଚ ଶିକ୍ଷିତା। ଏଥିପାଇଁ ସେ ତାଙ୍କ ସହ ରହିବାକୁ ଚାହୁଁ ନଥିଲେ। 

ନନ୍ଦୁ ଆହୁରି କହିଛନ୍ତି, ପତ୍ନୀଙ୍କୁ ଆଣିବା ପାଇଁ ସେ ଶ୍ୱଶୁର ଘର ଯାଇଥିଲେ। ହେଲେ ପତ୍ନୀ ତାଙ୍କ ସହ ଆସିବା ପାଇଁ ରୋକଠୋକ୍‌ ମନା କରି ଦେଇଥିଲେ। ଏପରିକି ଶ୍ୱଶୁର ଘର ଲୋକ ତାଙ୍କୁ ପିଟିଥିବା ମଧ୍ୟ ନନ୍ଦୁ ଅଭିଯୋଗ କରିଛନ୍ତି।’

Advertisment

‘ମୋ ସ୍ତ୍ରୀ ମୋ ପାଖକୁ ଫେରି ଆସୁ ଓ ଯେଉଁମାନେ ମୋତେ ମାଡ଼ ମାରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ’ ବୋଲି ନନ୍ଦୁ ଦାବି କରିଛନ୍ତି। ବିବାହର ୩ ଦିନ ପରେ ପତ୍ନୀ ତାଙ୍କୁ ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ। ଏବେ ସ୍ତ୍ରୀକୁ ଫେରାଇ ଆଣିବା ଲାଗି ନନ୍ଦୁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି। 

Marriage Wife Leaves Husband
Advertisment
Advertisment