• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାଘର ଦିନଠୁ ରୁଚିଲାନି ଘର ଖାଇବା । ସ୍ୱାମୀକୁ ପ୍ରତିଦିନ ରେଷ୍ଟୁରାଣ୍ଟରୁ ଖାଇବା ଆଣିବାକୁ ବାଧ୍ୟ କଲା ସ୍ତ୍ରୀ । ସ୍ୱାମୀ ମନା କରିବାରୁ ଜୀବନରୁ ମାରିଦେଲା ସ୍ତ୍ରୀ । ବିହାରର ବୈଶାଳି ଜିଲ୍ଲାରେ ଏଭଳି ଜଘନ୍ୟ କାଣ୍ତ ଘଟିଛି । ଯୁବକଙ୍କ ମୃତଦେହ ରେଲୱେ ଟ୍ରାକ୍‌ରୁ ମିଳିଛି ।

ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଦେଲା ସ୍ତ୍ରୀ । ସାମାନ୍ୟ ରେଷ୍ଟୁରାଣ୍ଟ ଖାଦ୍ୟ ପାଇଁ ସ୍ୱାମୀର ଜୀବନ ନେବାକୁ ପଛାଇଲାନି ସ୍ତ୍ରୀ । ନିଜ ହାତରେ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଏତେ କାଣ୍ତ ଘଟାଇବା ପରେ ବି ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ । ମୃତକ ହେଲେ ରାଜବୀର । ମୁଜାଫରପୁରର ରାଜବୀର ୯ ମାସ ପୂର୍ବେ ବାହାଦୂରପୁରର ନିଶାଙ୍କୁ ବିବାହ କରିଥିଲେ । ପ୍ରଥମରୁ ହିଁ ନିଶା ନିଜ ସ୍ୱାମୀଙ୍କୁ ପସନ୍ଦ କରୁନଥିବା ବେଳେ ରାଜବୀରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

ଘଟଣା ଦିନ ନିଶା ନିଜ ବାପଘରେ ଥିବା ବେଳେ ରାଜବୀର ସେଠାକୁ ଯାଇଥିଲେ । ସେଠାରେ ନିଶା ରେଷ୍ଟୁରାଣ୍ଟ ଖାଦ୍ୟ ଅର୍ଡର କରିବାକୁ ରାଜବୀରଙ୍କ ନିକଟରେ ଜିଦ ଧରିଥିଲେ । ମାତ୍ର ରାଜବୀର ତାଙ୍କ କଥାକୁ ଖାତିର କରି ନ ଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ପାଟିଟୁଣ୍ତ ହୋଇଥିଲା । କଥା ଏତେ ବାଟ ଆଗକୁ ବଢ଼ିଗଲା ଯେ ନିଶା ରାଜବୀରଙ୍କ ଉପରକୁ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ହିଁ ରାଜବୀରଙ୍କ ମୃତ୍ୟୁ ହୋଇଥିଲା । ନିଶାଙ୍କ ଘରଲୋକେ ରାଜବୀରଙ୍କ ମୃତଦେହକୁ ରେଲୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।